ଫୋକସ ପ୍ଲସ(ନାକଟିଦେଉଳ)୨୨/୦୮/୨୦୨୨: ପିଲାଙ୍କୁ ପ୍ରାଥମିକ ଶିକ୍ଷା ପାଇଁ ମାଳ ମାଳ ଯୋଜନା କରୁଛନ୍ତି ସରକାର | ସେହି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ କରାଯାଉଛି | ହେଲେ ପ୍ରଶାସନୀକ ଉଦାସୀନତା ଯୋଗୁଁ ଆଜିବି ବହୁ ସ୍ଥାନରେ ଶିକ୍ଷକ ଅଭାବ ରହିଛି ତ କେଉଁଠି ସ୍କୁଲ୍ ଗୁଡିକରେ ଶ୍ରେଣୀ ଗ୍ରୁହ ଗୁଡିକ ଭଙ୍ଗା ଦଦରା ହୋଇ ପଡି ରହିଛି | ଏପରିକି ଶ୍ରେଣୀ ଗ୍ରୁହ ଅଭାବ ଯୋଗୁଁ କେଉଁଠି ୫ଟି ଶ୍ରେଣୀର ପିଲାମାନଙ୍କୁ ଗୋଟିଏ କୋଠରୀରେ ପାଠ ପଢାଯାଉଛି ତ କେଉଁଠି ବାରଣ୍ଡାରେ ବସି ପାଠ ପଢୁଥିବା ଚିତ୍ର ନଜରକୁ ଆସୁଛି |ତେବେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଞ୍ଚାୟତ ଫଟାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି |ଏହି ସ୍କୁଲ୍ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୫ଟି ଶ୍ରେଣୀରେ ୪୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି | ସ୍କୁଲ୍ ର ଦୁଇଟି କୋଠରୀ ର ଛାତ ସବୁ ଫାଟି ଖଣ୍ଡ ଖଣ୍ଡ ହୋଇ ସିମେଣ୍ଟ ଖସୁଛି |ଛାତରୁ ସିମେଣ୍ଟ ସବୁ ଭାଙ୍ଗି ତଳେ ପଡୁଥିବାରୁ ଛାତର ଲୁହା ଛଡ ସବୁ ଦେଖାଯାଉଛି | ଏଥିସହ ବର୍ତମାନ ବର୍ଷାଦିନ ରେ ସାମାନ୍ୟ ବର୍ଷା ହେଲା ମାତ୍ରେ ଛାତରି ପାଣି ଗଳି ଶ୍ରେଣି କୋଠରୀ ଭିତରେ ପାଣି ଜମି ରହୁଛି | ଯାହାଫଳରେ ଗୋଟଏ ଛୋଟ କୋଠରୀରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ପାଠ ପଢା ଯାଉଛି ା ଗୋଟିଏ କୋଠରୀରେ ୫ଟିଶ୍ରେଣୀର ପିଲାଙ୍କୁ ପାଠ ପଢାଯାଉଥିବାରୁ ପାଠ ପଢାରେ ବ୍ୟାଘାତ ସ୍ରୁଷ୍ଟି ହେଉଛି |ସେହିପରି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଏହି ସ୍କୁଲ ରେ ରୋଷେଇ ଘର ଟିଏ ନାହିଁ |ଯାହାଫଳରେ ଶ୍ରେଣି କୋଠରୀ ବାରଣ୍ଡାରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି | ସେହିପରି ସ୍କୁଲ୍ ର ପଛ ପାର୍ଶ୍ବରେ ପାଚେରୀ ନଥିବାରୁ ବୁଲା ଗାଇ ଗୋରୁ ପଶି ଆସୁଛନ୍ତି |ତେବେ ଏଠାରେ ସ୍କୁଲ ଶ୍ରେଣୀ କୋଠରୀ ବିପଦସଂକୁଳ ଅବସ୍ଥାରେ ରହିଥିବା ନେଇ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର ସୁଫଳମିଳୁନାହିଁ ବୋଲି ପ୍ରଧାନ ଭୀମସେନ ପ୍ରଧାନ ପ୍ରକାଶ କରିଛନ୍ତି | ଏପଟେ ସ୍କୁଲରେ ରହିଥିବା ସମସ୍ୟାକୁ ଦୂର କରାଯାଇ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଛି ବୋଲି ସରକାର ଡିଡିମ୍ବ ପିଟୁଥିବା ବେଳେ ନାକଟିଦେଉଳ ବ୍ଲକ୍ ରେ ଅଧିକାଂଶ ସ୍କୁଲ୍ ରେ ସମସ୍ୟା ପିଛା ଛାଡୁନି |ଏଥିପ୍ରତି ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ସ୍କୁଲ୍ କର୍ତ୍ରୁପକ୍ଷ ଦାବୀ କରିଛନ୍ତି |ଏନେଇ ବିଡିଓ ବିବେକା ନନ୍ଦ ସାହୁଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି |ତେବେ ଏହି ସ୍କୁଲ୍ ସମସ୍ୟା କେବେ ଦୂର ହେଉଛି ତାହା ଦେଖିବାକୁ ରହିଲା ବାକି |