୫ଦିନ ପରେବି ପ୍ରଶାସନ ଅବହେଳା ଯୋଗୁଁ ସରିନି ନିର୍ମାଣ

ଫୋକସ ପ୍ଲସ(କୋଣାର୍କ)୧୫/୦୯/୨୦୨୨: ପୂର୍ଣ୍ଣିମା ଜୁଆର ୭ଦିନ ହୁଏ। ଏହାରି ଭିତରେ ସମୂଦ୍ର ଜୁଆରରେ ବଡବଡ ଲହରୀ ଦେଖାଦିଏ,ଯାହା ଫଳରେ ପୁରୀ କୋଣାର୍କ ବେଳାମାର୍ଗ ର ରାସ୍ତା ଖାଇବାରେ ଲାଗିଲା ସମୂଦ୍ର। ଏହାକୁ ନେଇ ସମସ୍ତ ଗଣମାଧ୍ୟମରେ ପ୍ରକାଶ କରାଗଲା। ହେଲେ ଫଳ ଶୂନ୍ୟ ,ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ଦିନ ହେବ ଅସ୍ଥାୟୀ ବାଡ ସହ ବାଲିବସ୍ତା ପକାଯାଉଛି । ୨କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ରେ କରାଯିବ ବାଡ, ପଡିବ ବାଲି ବସ୍ତା ହେଲେ ଆଜକୁ ୪ଦିନ ବିତିଗଲା ପରେବି ପଡି ପାରିଲା ନାହିଁ ବାଡ ଓ ବାଲିବସ୍ତା ଏବେବି ଚାଲିଛି ବନ୍ଧ କାର୍ଯ୍ୟ । ଆସନ୍ତା ୧୬ବା ୧୭ତାରିଖରେ ଆସୁଥିବା ଲଘୁଚାପ ପୂର୍ବରୁ ଅସ୍ଥାୟୀ ବାଡ ସହ ବାଲିବସ୍ତା ପକା ନ ଯାଏ।ତାହାଲେ ପୁରୀ କୋଣାର୍କ ବେଳାମାର୍ଗ ରାସ୍ତା ଲୀନ ହୋଇଯିବ ସମୂଦ୍ର ଗର୍ଭରେ। ତେବେ ତୁରନ୍ତ ରାଜ୍ୟ ସରକାର ଜରୁରୀ କାଳୀଣ ପରିସ୍ଥିତି ରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଦାବି କରିଛନ୍ତି କୋଣାର୍କ ବାସିନ୍ଦା।

Leave a Reply

Your email address will not be published. Required fields are marked *