୫ବର୍ଷର ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ || FocusPlus

ଫୋକସ ପ୍ଲସ 25/12/2022(ରାୟଗଡ଼ା): ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଞ୍ଚଳରେ ଏକ ଲଜ୍ୟା ଜନକ ଘଟଣା ଘଟିଛି ଯାହାକି ଗୋଟିଏ ୫ବର୍ଷର ନାବାଳିକାଙ୍କୁ ୨୨ ବର୍ଷର ଯୁବକ ଦୁଷ୍କର୍ମ ଉଦ୍ୟମ କରି ପୋଲିସି ହାତରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ଘଟଣାରୁ ପ୍ରକାଶ ଯେ ବିଷମ କଟକ ଥାନା ଅନ୍ତର୍ଗତ କରାପାଡି ଗ୍ରାମର ଭକ୍ତ କଲକା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସେ ଅଞ୍ଚଳରେ ଜଣେ ୫ବର୍ଷର ନାବାଳିକା କୁ ବିଲ ଖଳାରେ ଏକାନ୍ତ ପାଇ ସେହି ଠାରୁ ପିଜୁଳି ଦେବାର ପ୍ରଲୋଭନ ଦେଖାଇ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ । ଏବଂ ସେହି ଠାରେ ନିଜର କାମ ବାସନାକୁ ମିଟାଇବା ପାଇଁ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିବାର ଉଦ୍ୟମ ଜାରିରଖିଥିଲେ । ସେହି ସମୟରେ ଝିଅର ପିତାମାତା ଖଳାରେ ଝିଅଟିକୁ ନପାଇ ଚାଟିଆଡେ ଖୋଜା ଖୋଜି କରିଥିବା ବେଳେ ନିକଟସ୍ଥ ଜଙ୍ଗଲରେ ଝିଅକୁ ଏବଂ ସଂପୃକ୍ତ ଯୁବକକୁ ଠାବ କରି ଝିଅକୁ ଉଦ୍ଧାର କରିଥିଲେ । ଝିଅର ମାଁ ଝିଅକୁ ପଚାରିବା ବେଳେ ଝିଅଟି ସମସ୍ତ ଘଟଣା ସଂକ୍ରାନ୍ତରେ ପ୍ରକାଶ କରିଥିଲେ । ଏ ନେଇ ପରିବାର ଲୋକେ ସଂପୃକ୍ତ ଯୁବକ ନାମରେ ବିଷମ କଟକ ଥାନୋରେ ଏତଲା ଦେଇଥିଲେ । ଏତଲା କୁ ଭିତି କରି ବିଷମ କଟକ ପୋଲିସ୍ ସଂପୃକ୍ତ ଯୁବକକୁ ଥାନାକୁ ଆଣି ପଚରାଉଚରା କରିବା ପରେ ଯୁବକ ଜଣକର ଡାକ୍ତରି ମାଇନା କରିବା ପରେ ତାଙ୍କ ଉପରେ ଧର୍ଷଣ ଉଦ୍ୟମ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏଭଳି ଅମାନବିକ କାଣ୍ଡ ଘଟାଇବା ପାଇଁ ଉଦ୍ୟମ କରୁଥିବା ଯୁବକକୁ କୋଠରରୁ କୋଠର ଦଣ୍ଡ ଦେବା ନିମନ୍ତେ ପିଡିତାର ପିତାମାତା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *