ଫୋକସ ପ୍ଲସ (କିଶୋର ନଗର)୨୪/୦୭/୨୦୨୨: ବଇଣ୍ଡା ଠାରେ 55ନମ୍ବର ଜାତୀୟ ରାଜପଥ ଉପରେ ଆଠମଲ୍ଲିକ ଓକିଲ ସଙ୍ଘ ପକ୍ଷରୁ ଅବରୋଧ କରାଯାଇଥିଲା | ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ସକାଳ 6ରୁ ଦିନ 12ଟା ପର୍ଯ୍ୟନ୍ତ 55ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରାଯାଇଥିଲା. ଉଭୟ ପଟରେ ସହ ସହ ଗାଡି ଅଟକି ରହିଥିଲା | 55ନମ୍ବର ଜାତୀୟ ରାଜପଥ ବଇଣ୍ଡା ରୁ ବଁଅରପାଳ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଦୈନନ୍ଦିନ ଲୋକମାନେ ହଇରାଣ ହେବା ସହ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି | 55ନମ୍ବର ଜାତୀୟ ରାଜପଥର କାମ ଗାୟତ୍ରୀ କନଷ୍ଟ୍ରକ୍ସନ ଦାୟିତ୍ୱ ନେଇ ଥିବା ବେଳେ ତାର କାର୍ଯ୍ୟ ଅବଧି ସରିଯାଇଥିଲା ବେଳେ, ସବୁ ଜାଗାରେ ଅଧା ପନ୍ତରୀୟା ଭାବେ କାର୍ଯ୍ୟ କରି ଛାଡି ଦେଇଛି | ବର୍ଷା ଦିନେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ରବିବାର ଓକିଲ ସଙ୍ଘ ପକ୍ଷରୁ ରାଜପଥ ବନ୍ଦ ଡାକରା ଦିଆଯାଇଥିଲା | ଏଥିରେ ଓକିଲ ସଙ୍ଘ ଯଂଜ୍ଞ ପ୍ରଧାନ, ସମୀର ପ୍ରଧାନ,ଉଗ୍ରସେନ ସେଠି, ପ୍ରାଣବନ୍ଧୁ ବେହେରା, ସାମିଲ ଥିଲେ. ତପନ ପ୍ରଧାନ, ଦୁର୍ୟୋଧନ ପ୍ରଧାନ, ଜ୍ଞାନଜିତ ପଟ୍ଟନାୟକ, ବିବେକା ବିଶ୍ୱାଳ, ମାନସ ରଞ୍ଜନ ସାହୁ, ଜିଲ୍ଲା ପରିଷଦ ବିଷ୍ଣୁ ପ୍ରିୟା ପ୍ରଧାନ,କିଶୋରନଗର ବ୍ଲକ ଅଧକ୍ଷା ସୈରେନ୍ଦ୍ରି ପ୍ରଧାନ, ଲୁହାମୁଣ୍ଡା ସରପଞ୍ଚ କୁମୁଦ ସାହୁ ସୁବାଷ ଶତପଥି, କଳ୍ପତରୁ ସାହୁ, ପ୍ରମୋଦ ପ୍ରଧାନ,ପ୍ରଶ୍ନ ସାହୁ ପ୍ରମୁଖ ସାମିଲ ଥିଲେ | ଏକ ମାସ ମଧ୍ୟରେ ରାସ୍ତା କାର୍ଯ୍ୟ ନ ହେଲେ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି ଆଠମଲ୍ଲିକ ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।