୫ ଦଫା ଦାବି ପୂରଣ ନେଇ,ଏସୟୁଜେ ସଂଗଠନ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ I

କୋରାପୁଟ୨୨/୨/୨୦୨୪: କୋରାପୁଟ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ୫ ଦଫା ଦାବି ପୂରଣ ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି କୋରାପୁଟ ଜିଲ୍ଲା ଏସୟୁଜେ ଶାଖା ଓ ଜିଲ୍ଲା ସାମ୍ବାଦିକ ସଂଘ । ୨୧ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି।
ଦାବିଗୁଡିକ ହେଲା I
1.ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା I
2.କାର୍ଯ୍ୟରତ ସାମ୍ବାଦିକଙ୍କୁ ମାସିକ ୨୦ ହଜାର ପ୍ରଦାନ କରିବାଵ I
3. ଅବସର ଗ୍ରହଣ କରିଥିବା ସାମ୍ବାଦିକଙ୍କୁ ମାସିକ ୨୫ ହଜାର ଟଙ୍କା ପେନସନ ପ୍ରଦାନ କରିବା I
4.ଭୁବନେଶ୍ୱରକୁ ଯାଉଥୁବା ରାଜ୍ୟର ସାମ୍ବାଦିକଙ୍କ ରହଣି ସକାଶେ “ସାମ୍ବାଦିକ ଅତିଥି ଭବନ” ନିର୍ମାଣ କରିବା I
5.ପ୍ରତିବର୍ଷ ପଂଜିକରଣ ନବୀକରଣ ପ୍ରକ୍ରୀୟାକୁ ବନ୍ଦ କରି ସାମ୍ବାଦିକ ବୀମା ରାଶିକୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା,ଆଦି ରହିଛି।
SUJ ସଂଘ ପକ୍ଷରୁ ଦୀର୍ଘ ୪ ବର୍ଷ ଧରି ସାମ୍ବାଦିକଙ୍କ ସମସ୍ୟାର ସମାଧାନ ଓ ଦାବି ପୂରଣ ନେଇ ବହୁବାର ରାଜ୍ୟ ସରକାରଙ୍କ ନିଜଟରେ ଦୃଢ ଦାବି ଉପସ୍ଥାପନ କରାଯାଇଛି । ମହାମାନ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ମଧ୍ୟ ନିଆଯାଇଛି । ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାର ବିଧାୟକ ଙ୍କ ମାଧ୍ୟମରେ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଛି । ଆଜି ପୁଣି ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲା କମିଟି ପକ୍ଷରୁବ ଦାବି ପତ୍ର ପ୍ରଦାନ କରିଛନ୍ତି।୨୦୨୪ ନିର୍ବାଚନ ପୂର୍ବରୁ ସାମ୍ବାଦିକଙ୍କ ଦୀର୍ଘ ଦିନର ଦାବି ଗୁଡିକ ପୂରଣ କରିବାକୁ SUJ ସଂଘ ମୂଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *