ଫୋକସ ପ୍ଲସ(ଆଠମଲ୍ଲିକ)୦୭/୦୮/୨୦୨୨ :ରାଜ୍ୟ ସରକାର ୮୦ ରୁ ଉର୍ଦ୍ଧ୍ବ ବୟସ୍କ ବୃଦ୍ଧବୃଦ୍ଧା ମାନଙ୍କୁ ୭୦୦ ଟଙ୍କା ଭତା ପ୍ରଦାନ କରୁଥିବା ବେଳେ କମ୍ପାଲା ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଖାମ ଖିଆଲି ନୀତିଯୋଗୁଁ ୭୦୦ ଟଙ୍କା ପାଉଥିବା ବ୍ୟକ୍ତି ୫୦୦ ଟଙ୍କା ପାଉଥିବା ଦେଖାଦେଇଛି । ସୂଚନା ନେବାରେ ଜଣାଯାଏ କି କମ୍ପାଲା ପଂଚାୟତର ଦୁଡୁମୁ ଗ୍ରାମର ଦିଗାମ୍ବର ଥାଟ ,ପିତା ଭାଗବତ ଥାଟ ,(୮୫ ) ମାଳତୀ ସେଠୀ ,ସ୍ୱାମୀ ଶଙ୍କର ସେଠୀ (୯୦) ଦୀର୍ଘଦିନରୁ ୭୦୦ ଟଙ୍କା ଭତା ପାଇ ଆସୁଥିବା ବେଳେ ୪ ମାସ ହେଲାଣି ୭୦୦ ପରିବର୍ତେ ୫୦୦ ଟଙ୍କା ପାଉଥିବା ଦେଖିବାକୁ ମିଳୁଛି । କେଉଁ ନୀତିନିୟମ ଆଦର୍ଶରେ ପଂଚାୟତ ନିର୍ବାହୀ ଅଧିକାରୀ ୭୦୦ ଟଙ୍କାରୁ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି ତାହା ପ୍ରକୃତ ହିତାଧିକାରୀ ବୃଦ୍ଧ ବୃଦ୍ଧ। ଜାଣି ପାରୁନାହାନ୍ତି । ଯାହାକି ସମସ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖାଦେଇଛି ।ଉକ୍ତ ଘଟଣା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ଜନକ ଉତ୍ତର ନଦେଇ ନିରବଦ୍ରଷ୍ଟା ସାଜିଛନ୍ତି ।କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କଠାରୁ ସତ୍ୟତା ଜାଣିବା ପାଇଁ ଯୋଗାଯୋଗ କରିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଫୋନ ଉଠାଇ ନଥିଲେ ।ପ୍ରକୃତ ଭତା ଓ ଉଚିତ ନ୍ୟାୟ ପାଇବା ପାଇଁ ଗଣ ମାଧ୍ୟମ ଆଗରେ ବୃଦ୍ଧବୃଦ୍ଧ। କଣ କହୁଛନ୍ତି ଆସନ୍ତୁ ଶୁଣିବା ।
ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସପ୍ଲସ ।