ଫୋକସ ପ୍ଲସ (ଜଗତପୁର)୧୪/୦୭/୨୦୨୨: ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୭୮ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ବିଲଡରକୁ ବାନ୍ଧିଛି ଜଗତପୁର ପୁଲିସ୍। ଗିରଫ ବିଲଡର ହେଉଛି କଟକ ମହାନଦୀବିହାରରେ ରହୁଥିବା ଗଞ୍ଜାମ ଥାନା କାଇଁଚପୁର ଗ୍ରାମର ପ୍ରଶାନ୍ତ ବେହେରା। ଜୟ ମାତାଦି କନଷ୍ଟ୍ରକସନ୍ ଏଣ୍ଡ ଡେଭଲପର ବିଲଡରର ଏମ.ଡି ହେଉଛି ପ୍ରଶାନ୍ତ। ବିଭିନ୍ନ ସ୍ଥାନରେ ଜମି ଦେଖାଇ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଠକିନେବା ଥିଲା ଅଭିଯୁକ୍ତ ପ୍ରଶାନ୍ତର ଅଭ୍ୟାସ। ଏହି ଠକ ବିଲଡର ବିରୋଧରେ ଶିଖରପୁର ଉପରସାହିର ଆଶିଷ କୁମାର ସେଠୀ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ତାକୁ ଗିରଫ କରିଛି ପୁଲିସ୍। ତିନୋଟି ଜମି କିଣିବାକୁ ମୋଟ୍ ୭୮ ଲକ୍ଷ ଟଙ୍କା ଦେବା ପରେ ବି ଆଶିଷଙ୍କୁ ଜମିର ରେଜିଷ୍ଟ୍ରେସନ ଦେଇ ନ ଥିଲା ଏହି ଠକ ବିଲଡର। ଠକାମୀର ଶୀକାର ହୋଇଥିବା ଜାଣିପାରି ଶେଷରେ ଠକ ବିଲଡରକୁ ତାଙ୍କର ଟଙ୍କା ଫେରାଇ ଦେବାକୁ ଆଶିଷ ନିବେଦନ କରିଥିଲେ। ପ୍ରଶାନ୍ତ କୋଟାକ ବ୍ୟାଙ୍କର ଏକ ୫୦ଲକ୍ଷ ଟଙ୍କାର ଚେକ୍ ଆଶିଷକୁ ଦେଇଥିଲା।ମାତ୍ର ବ୍ୟାଙ୍କରେ ଚେକ୍ ମୁତାବକ ଟଙ୍କା ନ ଥିଲା। ପୁଲିସ୍ ଏହି ଘଟଣାର ତଦନ୍ତ କରି ସଂପୃକ୍ତ ଠକ ବିଲଡରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
କଟକରୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁରିପୋର୍ଟ ଫୋକସ ପ୍ଲସ |