ଫୋକସ ପ୍ଲସ(ମାଲକାନଗିରି) ୩୧/୦୭/ ୨୦୨୨:ମାଲକାନଗିରି ବ୍ଲକ ପାଣ୍ଡ୍ରିପାଣିର ଦଶରଥ ଡୁରୁକାଙ୍କ ୭ ମାସର ଶିଶୁ ପୁତ୍ର ନରତମ ସିକ୍ଲିନ୍ ରୋଗରେ ପୀଡିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଉକ୍ତ ରୋଗୀର ରକ୍ତ ଆବଶ୍ୟକ ହୋଇ ପଡିଥିଲା । ରକ୍ତ ପାଇଁ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ କୌଣସି ପ୍ରକାରରେ ଏହି ଖବର ପାଇ ମାଲକାନଗିରି ପୂର୍ବତ୍ତନ ବିଧାୟକ ତଥା ଜୀବନ ବିନ୍ଦୁ ସଂଯୋଜକ ମାନସ ମାଡକାମୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜୁ ଜନତା ଦଳର ସକ୍ରିୟ କର୍ମୀ କେ.ରାହୁଲ ରୋଗୀଙ୍କ ପାଖରେ ପହଞ୍ଚି ନିଜେ ଏବି ନେଗେଟିଭ ରକ୍ତ ପ୍ରଦାନ କରି ଦଶରଥ ଡୁରୁକାଙ୍କ ପୁତ୍ର ନରତମର ଜୀବନ ବଞ୍ଚେଇବାରେ ସହାୟକ ହୋଇଥିଲେ । ଏହି ମହତ କାର୍ଯ୍ୟରେ ବିଜୁ ଜନତା ଦଳର କର୍ମୀ ରବି ରାଜେଶ ଓ ସମାଜ ସେବି ବରୁଣ ଡୁରୁକା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ତେବେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେସ ପ୍ରଶଂସା କରାଯାଇଛି ।
ବିୟୁରୋ ରିପୋର୍ଟ ଫୋକସ ପ୍ଲସ