୮ ଘଣ୍ଟା ପାଣିରେ ଶୋଉଛନ୍ତି ବାଳକ

ଫୋକସ ପ୍ଲସ(ଆଳି)୦୬/୦୮/୨୦୨୨ : ପାଣି ଭିତରେ ସାତ ରୁ ଆଠ ଘଣ୍ଟା ଭାସମାନ ଅବସ୍ଥାରେ ଶୋଇରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଜଣେ ୧୫ ବର୍ଷର ବାଳକ |ହଁ ଆଜ୍ଞା, ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଗ୍ରାମ ପଞ୍ଚାୟତର ବିସ୍ମୟ ବାଳକ ପ୍ରତୀକ ଦାସ | ତାଙ୍କର ପାଣିରେ ଆଠ ଘଣ୍ଟା ଧରି ଭାସିବା ଘଟଣା ଏବେ ସାରା ରାଜକନିକା ବ୍ଲକ ରେ ଚର୍ଚ୍ଚାର ବିଷୟ ପାଲଟିଛି |ପ୍ରକାଶ ଥାଉକି ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଗ୍ରାମରେ ପ୍ରଣୟ ଦାସ ଙ୍କ 15ବର୍ଷ ର ପୁଅ ପ୍ରତୀକ ଦାସ କେବଳ ପାଠ ପଢ଼ାରେ ନୁହେଁ, ସେ ଏମିତି ଏକ ଅସମ୍ଭବ ଚମତ୍କାର ଦେଖାଉଛନ୍ତି , ଯାହାକୁ ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାବେନି |କେହି ପିଲା ପଢିବାରେ ଆଗରେ ତ କିଏ ନାଚ ଗୀତରେ ଆଗରେ, ଆଉ କେହି ଖେଳ ଖେଳିବାରେ ଟପର ତ ପୁଣି ଆଉ କେହି ଭାଷଣ ଦେବାରେ ନାଁ କମେଇବାରେ ବ୍ୟସ୍ତ |କିନ୍ତୁ ଏ ପିଲାଟି ଏମିତି ପାଣିଉପରେ ଦିନ ଦିନ ଧରି ଶୋଇବାରେ ବ୍ୟସ୍ତ, ଯେ କେହିବି ଦେଖିଲେ ଆଶ୍ଚର୍ଯ୍ୟ ହେବ |ପିଲାଟିର ଏ ଅଭ୍ୟାସ ଦୀର୍ଘ ପାଞ୍ଚ ବର୍ଷ ହେବ ବଜାଇ ରଖିଛି |ଗ୍ରାମ ନିକଟରେ ଥିବା ନଦୀ, ପୋଖରୀ ଯେଉଁଠି ଦେଖିବ ସେଠିସେ ଡେଇଁ ପଡି ଉକ୍ତ ଜାଗାରେ ଆଠ, ଦଶ ଘଣ୍ଟା ଧରି ପାଣିରେ ଶୋଇବ |ଘର ଲୋକ କେହି ନଦେଖିବା ଯାଏ, ସେ ଉଠେ ନାହିଁ |ପିଲାଟିର ଏ ପାଣି ଯୋଗ ନିଶ୍ଚିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ |ପିଲାଟିର ଏ ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ଜମୁଛି |ଏହା ନିଶ୍ଚିତ ଭାବେ ବିସ୍ମୟ ଓ ଆଶ୍ଚର୍ଯ୍ୟ ଜନକ |

ଆଳି ରାଜକନିକା ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ |

Leave a Reply

Your email address will not be published. Required fields are marked *