ଫୋକସ ପ୍ଲସ(ଗଜପତି)୧୮/୦୮/୨୦୨୨: ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ବସ୍ତ୍ରୀରିଗୁଡା ପଞ୍ଚାୟତ ବାଦପୁର ଗାଁରେ ପାହାଡ ପାଖରେ ଥିବା ଛୋଟିଆ ୱାଲ ଗତ ୩ ବର୍ଷ ତଳେ ତିଆରି ହୋଇଥିଲା ଗତ 13 ତାରିଖ ଠାରୁ ଲଗାଦାର ଭାବରେ ବର୍ଷା ହୋଇଥିବାରୁ ତାହା ବାଙ୍ଗି ବାଦପୁର ଗାଁ ଭିତରେ ବର୍ଷା ପାଣି ପସିଥିବା ଦେଖିବାକୁ ମିଳିଛି | ସେହି ଗ୍ରାମରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରୁଥିବା ଦେଖିବାକୁ ମିଳିଛି | ବର୍ତମାନ ଘଟଣା ଘଟିବାର 12ଘଣ୍ଟା ହୋଇଯାଇଥିଲେ ମଧ୍ୟ କୌଣସି ସହାୟତା ବା ପ୍ରଶାସନ ପହଞ୍ଚିନଥିବା ଭିଡିଓ ମାଧ୍ୟମରେ ଜଣାଇଛନ୍ତି ସେହି ଗ୍ରାମର ୱାର୍ଡ ମେମ୍ବର | ତେବେ ଦେଖିବାକୁ ବାକି ରହିଲା କେତେବେଳେ ପହଂଚିବେ ପ୍ରଶାସନ ଆଉ କେବେ ଦୁଃଖ ଦୂର ହେବ ବାଦପୁର ଲୋକଙ୍କ |
ଗଜପତି ରୁ ସୁଶାନ୍ତ ମଳି ଙ୍କ ରିପୋର୍ଟ ଫୋକସ ପ୍ଲସ |