ମାଷ୍ଟର ପ୍ଲାନ୍ ବିନା ନୀଳଗିରି ରେ ଚାଲିଛି ବିକାଶ କାର୍ଯ୍ୟ !

👉🏿ସରକାରୀ ରାଜସ୍ବ ନଷ୍ଟ ହେଉଛି।
👉୧୫ ଲକ୍ଷ ଟଙ୍କା ପାଣିରେ ପଡିଲା।

ନୀଳଗିରି ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) ର ସୌନ୍ଦର୍ଯ୍ୟ କରଣ ପାଇଁ, ରାଜନୈତିକ ସ୍ତର ରେ ଅହରହ ଉଦ୍ୟମ ଜାରି ରହିବା ସହିତ, ଏଥି ନିମନ୍ତେ ରାଜ୍ୟସରକାର ଙ୍କ ପକ୍ଷରୁ ଆସୁଥିବା କୋଟି କୋଟି ଟଙ୍କା ର ଅନୁଦାନ କୁ ବିକାଶ କାର୍ଯ୍ୟ ରେ ବିନିଯୋଗ କରୁଥିବା କୁହା ଯାଉଛି। କିନ୍ତୁ ବାସ୍ତବ କ୍ଷେତ୍ର ରେ, ଏ ସମସ୍ତ ବିକାଶ କାର୍ଯ୍ୟ ର କୌଣସି ମାଷ୍ଟର ପ୍ଲାନ ବିନା କରା ଯାଉଥିବାରୁ, ଏଠାରେ ସରକାରୀ ରାଜସ୍ବ ତୋଷର୍ ପାତ୍ ହେଉଥିବା ନୀଳଗିରି ର ବୁଦ୍ଧି ଜିବୀ , ସମାଜ ସେବୀ ତଥା ପୁରୁଖା ରାଜ ନୈତିକ ବ୍ୟକ୍ତି ବିଶେଷ ମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ -ଯେପରିକି, ନୀଳଗିରି ସହର ର ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା ଚଉଡା କରିବା ନିମିତ୍ତ ରାସ୍ତା କଡର ଗଛ ଗୁଡ଼ିକ କଟା ଯିବା ସହିତ, ଜବର୍ ଦଖଲ ରେ ଥିବା ଦୋକାନୀ ମାନଙ୍କୁ ଉଠା ଯାଇଛି। ପୂର୍ତ୍ତ ବିଭାଗ ଏସବୁ କଥା ବୁଝୁ ଥିଲା ବେଳେ, ପୂର୍ବ ଯୋଜନା କିମ୍ବା ପୂର୍ବ ବିଭାଗୀୟ ସ୍ଵୀକୃତି ନଥାଇ , କଚେରି ବଜାର ଦୁର୍ଗା ମଣ୍ଡପ ଛକ ଠାରୁ ଲକ୍ଷ୍ମୀ ସାଗର ଛକ ପର୍ଯ୍ୟନ୍ତ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏ ସଂପର୍କ ରେ ସ୍ଥାନୀୟ ସାମ୍ବାଦିକ ଶ୍ରୀ ପ୍ରଫୁଲ୍ଲ ମହାନ୍ତି ଏସପି ଓ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ରେ, ଏକ ଲିଖିତ ଅଭିଯୋଗ କରିବା ପରେ, ନିର୍ମାଣାଧୀନ ଡ୍ରେନ ର ନକ୍ସା (ଗତିପଥ) କୁ ଜିଲ୍ଲପାଳଙ୍କ ନିର୍ଦେଶ ରେ ସମ୍ପୂର୍ଣ୍ଣ ବଦଳା ଯାଇ ମୁକ୍ତ କରା ଯାଇଥିବା ଜାଗା ର, ଉତ୍ତର ପାର୍ଶ୍ଵ ରୁ ପୂର୍ବ କୁ ଲକ୍ଷ୍ମୀ ସାଗର ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ଙ୍କ ର ଏହି ନିଷ୍ପତି କୁ ନୀଳଗିରି ବାସୀ ସ୍ବାଗତ କରି ଥିବା ବେଳେ, ନୀଳଗିରି ପ୍ରଶାସନ ତଥା ପୂର୍ତ୍ତ ବିଭାଗର ଏଭଳି ମନମୁଖୀ କାର୍ଯ୍ୟ ଦ୍ଵାରା ଅନେକ କ୍ଷେତ୍ର ରେ ବିନା ମାଷ୍ଟର ପ୍ଲାନ୍ ରେ କାର୍ଯ୍ୟ କରି, କୋଟି କୋଟି ଟଙ୍କାର ରାଜସ୍ବ କୁ ଏମାନେ ଧ୍ଵଂସ କରୁଥିବା ସାଧାରଣ ରେ ଅଭିଯୋଗ ହୋଇଥିବା କୁହା ଯାଉଚି।

Leave a Reply

Your email address will not be published. Required fields are marked *