ପୁରସ୍କୃତ ହେଲେ ୨ ଓଡ଼ିଆ ବୈଜ୍ଞାନିକ

ନୂଆଦିଲ୍ଲୀ : ଗତକାଲି ଆୟୋଜିତ ହୋଇଥିଲା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ସମାରୋହ। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ଦୁଇ ଓଡିଆ ବୈଜ୍ଞାନିକଙ୍କୁ ସମ୍ମାନିତ କରିଛନ୍ତି। କୃଷି ବିଜ୍ଞାନ ଲାଗି ଓଡ଼ିଆ ବିଜ୍ଞାନୀ ଡକ୍ଟର ସ୍ୱରୂପ କୁମାର ପରିଡା ଏବଂ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ଲାଗି ଡକ୍ଟର ଦିଗେନ୍ଦ୍ର ନାଥ ସ୍ୱାଇଁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବର୍ତ୍ତମାନ ନୂଆଦିଲ୍ଲୀ ସ୍ଥିତ NIPGRରେ ବିଜ୍ଞାନୀ ଭାବେ କାମ କରୁଛନ୍ତି ଡକ୍ଟର ସ୍ୱରୂପ କୁମାର ପରିଡା । ସେହିପରି ଡକ୍ଟର ଦିଗେନ୍ଦ୍ର ନାଥ ସ୍ୱାଇଁ ଥିରୁଭାନନ୍ତପୁରମସ୍ଥିତି ଇସ୍ରୋ ବିକ୍ରମସାରାଭାଇ ସ୍ପେସ୍ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି। ଏହି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ସମାରୋହ ରାଷ୍ଟ୍ରପତି ମୋଟ ୩୩ ବିଜ୍ଞାନୀଙ୍କୁ ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବା ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *