ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ୍ ପୋଲିସ ଚଢ଼ାଉ ରେ ଜଣେକ ବ୍ୟକ୍ତିକୁ ଗଜପତି ରୁ ଛତିଶଗଡ଼ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ଗିରଫ କରିଛି। ସୂଚନା ଅନୁଯାୟୀ ଗୁଡାରୀ ପୋଲିସ କୋୖଣସି ସୂତ୍ରରୁ ଖବର ପାଇ ଗୁଡାରୀ ନିକଟସ୍ଥ କୁଟ୍ରାଧର ରାସ୍ତା ନିକଟରେ ଏକ ମିନି ଟ୍ରକ ସହ ଗଞ୍ଜେଇ ଜବତ କରିଛି ।ଗିରଫ ଜଣକ ହେଲେ ବିହାର ରାଜ୍ୟର ମୁଙ୍ଗେର ଅଞ୍ଚଳର ଅମରେସ କୁମାର ସିଂ । ଜବତ ଗଞ୍ଜେଇ 2 କୁଇଣ୍ଟାଲ 45 କେଜି ହୋଇଥିବା ବେଳେ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 12 ଲକ୍ଷ 50 ହଜାର ଟଙ୍କା ହେବ ବୋଲି ଗୁଡାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇ କୁ ଗୁଡାରୀ ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରେ ଓଜନ କରାଯାଇ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଗୁଡାରୀ ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡିୟା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *