2024ରେ ଓଡିଶାରେ ହେବ କି ବିଜେପି-ବିଜେଡି ମେଣ୍ଟ ସରକାର?

ଫୋକସ ପ୍ଲସ (ବିୟୁରୋ)୨୬/୦୭/୨୦୨୨: ଇତି ମଧ୍ୟ୍ୟରେ ରାଷ୍ଟ୍ରପତି ନିର୍ବାଚନ ସରି ନବ ନିର୍ବାଚିତ ରାଷ୍ଟ୍ରପତି ଶପଥ ପାଠ ମଧ୍ୟ ଗ୍ରହଣ କରିସାରିଛନ୍ତି l ଓଡ଼ିଆ ଝିଅ ବା ଓଡିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ଦ୍ରୌପଦୀଙ୍କୁ ବିଜେଡି ଖୁଲମଖୁଲା ସମର୍ଥନ ଜଣାଇଥବା କଥା କହିଥିଲା l କିନ୍ତୁ ବିଜେପିର କାଠିକର ପାଠ ବେଳେ ବିଜେଡ଼ି ସହାୟତା କରିଛି ବୋଲି ଦଳୀୟ ଭିତରେ ଆଲୋଚନା ହେଉଥିଲା l ହେଲେ ବିଜେଡ଼ି ଉପରେ ପଡି ବିଜେପିକୁ ସହାୟତା ଯୋଗାଇଥିବା କଥା ଏବେ ସାଧାରଣରେ ଖୁବ୍ ଚର୍ଚ୍ଚା ହେଉଛି l କୁହାଯାଉଛି 2024 କୁ ନେଇ ବିଜେଡି ନୀଳ ନକ୍ସା ପ୍ରସ୍ତୁତ କରିଥିବା ବେଳେ ପ୍ଲାନ-B ରେ ବିଜେପିକୁ ଅପ୍ସନାଲ ରଖିଛି ବିଜେଡ଼ି l ଯଦି ପ୍ଲାନ ମୁତାବକ କାମ ନ ହୁଏ, ତେବେ ବିଜେପିର ସାହାଯ୍ୟ ଲୋଡି ପାରେ ବିଜୁ ଜନତା ଦଳ l ଓ ପୂର୍ବ ଭଳି ପୁଣି ମେଣ୍ଟ ସରକାର ଗଠନ କରିପାରନ୍ତି ବିଜେଡ଼ି ଓ ବିଜେପି l ସରକାରଙ୍କ ଦୀର୍ଘର ଦୁର୍ନୀତି ବିରୁଦ୍ଧରେ ଏବେ ଖୁବ୍ ନାରାବାଜି ଚାଲିଥିବା ବେଳେ ଏଥର କ୍ଷମତା ହରାଇ ପାରେ ବିଜୁ ଜନତା ଦଳ l

ଅନ୍ୟପଟେ ଯଦି ବିଜେଡି ଓ ବିଜେପି ମଧ୍ୟରେ 2024 ନିର୍ବାଚନରେ ଲଢେଇ ହୁଏ ତେବେ ଏହାର ସମ୍ପୂର୍ଣ ଫାଇଦା କଂଗ୍ରେସକୁ ମିଳି ପାରେ l ଯଦି ବିଜେଡିର ମୋଟ ଶତକଡା ଭୋଟରୁ ବିଜେପି ଭାଗିଦାର ହେବାକୁ ଚେଷ୍ଟା କରେ ତେବେ ଏହାର ସମ୍ପୂର୍ଣ ଫାଇଦା କଂଗ୍ରେସ ଉଠାଇବାକୁ ଚେଷ୍ଟା କରିବ l ଓ ଯଦି ଏହି ସମୀକରଣ ଘଟେ ତାହେଲେ କଂଗ୍ରେସ ଓଡିଶାରେ କ୍ଷମତାକୁ ଆସିପାରେ l ଆଉ ଏଭଳି ପରିସ୍ଥିତିରେ ବିଜେଡ଼ି ଓ ବିଜେପି ମେଣ୍ଟ ହେବାକୁ ଚେଷ୍ଟା କରିବେ ଯାହାର ନିଷ୍ପତି କେବଳ ଦଳର ହାଇକମାଣ୍ଡଙ୍କ ଉପରେ ନିର୍ଭର କରିବ l ସେପଟେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି ଉପରେ ମଧ୍ୟ ନଜର ରହିଛି l ଏବଂ ଏହି ଉପ ରାଷ୍ଟ୍ରପତି ନିର୍ବାଚନରେ ହିଁ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରେ l ଓଡ଼ିଆଙ୍କୁ ମୋହରା ବନାଇ ରାଷ୍ଟ୍ରପତି ନିର୍ବାଚନରେ ସିନା ଫାଇଦା ଉଠାଇଲେ ନବୀନ, କିନ୍ତୁ ଏବେ ଉପ ରାଷ୍ଟ୍ରପତି ନିର୍ବାଚନରେ ନବୀନ କେଉଁ ଏଥିକ୍ସ ଗ୍ରହଣ କରିବେ ତାକୁ ନେଇ କାଉଁନଡାଉନ ଏବେଠୁ ଆରମ୍ଭ ହୋଇସାରିଲାଣି l ଯଦି ଉପ ରାଷ୍ଟ୍ରପତି ନିର୍ବାଚନରେ ବି ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଜଣାଏ ତେବେ 2024 ନିର୍ବାଚନର ଏହି ଚର୍ଚ୍ଚା ସତ ହୋଇପାରେ ବୋଲି ଅନୁମାନ କରାଯାଇପାରେ l

ବିୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *