3 ରୁ 5 ଡିଗ୍ରୀ ଯାଏ ରାତିରେ କମିବ ତାପମାତ୍ରା ||

ଫୋକସ ପ୍ଲସ 7/1/2023(ବ୍ୟୁରୋ):ସଜାଡି ରଖନ୍ତୁ ଶୀତ ବସ୍ତ୍ର ,ପୁଣି ବଢିବାକୁ ଯାଉଛି ଶୀତ,ଖସିବ ରାତି ତାପମାତ୍ରା ,ବଢ଼ୀବ ଶୀତର ପ୍ରକୋପ | 3 ରୁ 5 ଡିଗ୍ରୀ ଯାଏ ରାତିରେ କମିବ ତାପମାତ୍ରା | ଆଗାମୀ 24 ଘଣ୍ଟା ଭିତରେ ବଢ଼ିଯିବ ଶୀତ | ସୂଚନା ଦେଲା ପାଣି ପାଗ ବିଭାଗ | ଗତ କିଛି ଦିନ ହେବ ରାଜ୍ୟରୁ ଯେମିତି ଶୀତ ଉଭାନ ହୋଇଯାଇଥିଲା କିଛି ଦିନ ହେବ ରାତିରେ ତାପମତ୍ରା ବଢୁଥିବା ମଧ୍ୟ୍ୟ ଦେଖିବାକୁ ମିଳୁଥିଲା | କିନ୍ତୁ ଶୀତକୁ ନେଇ ଏବେ ପୁଣି ଥରେ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ | ଶୀତ ପୁଣି ଫେରୁଥିବାରୁ ନିଜ ଶୀତ ବସ୍ତ୍ର ସହିତ ପ୍ରସ୍ତୁତ କରିବା ପାଇଁ କହିଛି | କାରଣ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟରେ ଅନେକ ସ୍ଥାନରେ ରାତି ତାପମାତ୍ରା 3 ରୁ 5 ଡିଗ୍ରୀ ତଳକୁ ଖସିବା ସହ ସୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି | ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ଶୀତ ଆହୁରି ବଢିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି | କିଛି ଦିନ ହେବ ପାଗରେ ପରି ବର୍ତ୍ତନ ଦେଖା ଯାଇଥିବାରୁ କନ୍ଧମାଳ , କଳାହାଣ୍ଡି ,ବଲାଙ୍ଗୀର ,ସୋନପୁର ,ସମ୍ବଲପୁର ,ଝାରସୁଗୁଡା ,ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ସେପଟେ ଟୁଇନସିଟି ଭୁବନେଶ୍ୱରରେ 16.8 ଡିଗ୍ରୀ ଏବଂ 16.2 ଡିଗ୍ରୀ ରାତି ତାପମାତ୍ରା ରେକଡ଼ କରାଯାଇଛି |

Leave a Reply

Your email address will not be published. Required fields are marked *