ତିର୍ତ୍ତୋଲ,୧୮-୧୨-୨୦୨୩; ‘ସାରଳାଙ୍କ ହୁଣ୍ଡୀ ତାଡି ଗିରଫ ହେଲେ ଲୁଟେରା | ତିର୍ତ୍ତୋଲ ପୋଲିସ ପକ୍ଷରୁ ପ୍ରେସମିଟ | ସୂଚନା ଅନୁସାରେ ଗତ ୧୪ତାରିଖ ବିଳମ୍ବିତ ରାତ୍ରିରେ ମା’ଶାରଳା ଙ୍କ ହୁଣ୍ଡୀ ତଡ଼ାଯାଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ମନ୍ଦିରର ପ୍ରଶାସନିକ ଅଧିକାରୀ ସୂର୍ଯ୍ୟ ରଞ୍ଜନ ପରିଜା | ତିର୍ତ୍ତୋଲ ପୋଲିସ କେସ ନଂ ୫୪୧/୨୩ ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ | ଗତକାଲି ଅଭିଯୁକ୍ତ କେଉଁଝର ଜିଲ୍ଲା ସଦରଥାନା ଅଧୀନ କେରି ଗ୍ରାମର ରୁଷି ମହାନ୍ତ(ବୟସ ୨୧)କୁ କରଞ୍ଜିଆ ସ୍ଥିତ ଏକ ହୋଟେଲ ରୁ ଗିରଫ କରିଥିଲେ | ରୁଷି ନିକଟରୁ ନଗଦ ଏକଲକ୍ଷ ପଞ୍ଚାଅସି ହଜାର ଶହେ ଛୟାନବେ ଟଙ୍କା ସହିତ ଏକ ବ୍ୟାଗ, ଦୁଇଟି ମୋବାଇଲ ଫୋନ, ଗୋଟିଏ ଏୟାର ବ୍ୟାଗ, ଗୋଟିଏ ବେଡ଼ସିଟ, ଗୋଟିଏ ଶାଢ଼ୀ, ଗୋଟିଏ କଟର ମେସିନ, ଗୋଟିଏ ଇଲେକ୍ଟ୍ରି ତାର ଏବଂ ଗୋଟିଏ ରେଞ୍ଚି ଜବତ କରିଛନ୍ତି | ଆସାମୀ ରୁଷି ଗତ ଜୁନ ମାସରେ ଆସି ଶାରଳା ମନ୍ଦିରକୁ ବୁଲିବାକୁ ଆସିଥିଲା | ସେହିଦିନ ଠାରୁ ଚୋରି ପାଇଁ ଯୋଜନା କରିଥିଲା ବୋଲି ତିର୍ତ୍ତୋଲ ପୋଲିସକୁ ବୟାନ ଦେଇଥିବା ଜଣା ପଡିଛି | ଡାକ୍ତରୀମାଇନା ପରେ ଅଭିଯୁକ୍ତ ରୁଷି କୁ କୋର୍ଟ ଫରୱାର୍ଡ କରାଯିବ ବୋଲି ତିର୍ତ୍ତୋଲ ପୋଲିସ ପକ୍ଷରୁ ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *