କ୍ଵାରେଣ୍ଟାଇନରେ କୁକୁଡ଼ା ଚାଷୀ

ଭୁବନେଶ୍ୱର, ୧୦/୦୯: ରାଜ୍ୟରେ ଚାରିଆଡେ ଖେଳିଛି ବାର୍ଡ଼ ଫ୍ଲୁ ଆତଙ୍କ | ଘରେ ଘରେ କୁକୁଡ଼ା ଖାଇବାକୁ ମନା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ | ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାର୍ଡ଼ ଫ୍ଲୁ ରୋଗରେ କୁକୁଡ଼ା ଆକ୍ରାନ୍ତ ହେଉଛନ୍ତି | କିନ୍ତୁ ଏହି ରୋଗ କେବଳ କୁକୁଡ଼ାଙ୍କ ପାଖରେ ସୀମିତ ହୋଇ ରହିନାହିଁ ଏହା ବର୍ତ୍ତମାନ କୁକୁଡ଼ା ଚାଷ କରୁଥିବା ଚାଷୀମାନଙ୍କ ମଧ୍ୟରେ ବି ଦେଖା ଗଲାଣି | ସୂଚନା ଅନୁଯାୟୀ, ଡେରାବିସି ଅଞ୍ଚଳରେ କିଛି ଚାଷୀଙ୍କ ଠାରେ ଲକ୍ଷଣ ଦେଖା ଯିବାରୁ ୫ କୁକୁଡ଼ା ଚାଷୀଙ୍କୁ ନିଜ ଘରେ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି | ସୂଚାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚାଷୀଙ୍କ ନମୁନା ସଂଗ୍ରହ କରି ସେମାନଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି |

Leave a Reply

Your email address will not be published. Required fields are marked *