healthy liver : ଲିଭର ସୁସ୍ଥ ରଖିବ ଏହି 5 ଉପାୟ।

liver benifit : ଲିଭର ବା ଯକୃତ ମାନବ ଶରୀରର ଏକ ମୂଲ୍ୟବାନ ଅଙ୍ଗ |ଏହି ଅଙ୍ଗ ସ୍ୱୟଂ କାର୍ଯ୍ୟକ୍ଷମ ହୋଇପାରେ | ଅର୍ଥାତ୍ ଲିଭରର କିଛି ଅଂଶ ଦାନ କରିଦେଲେ ମଧ୍ୟ ଏହା ପୁଣି ଠିକ୍ ହୋଇଯାଇଥାଏ, ପୁର୍ବ ଆକାର ନେଇ ଯାଇଥାଏ। କିନ୍ତୁ ବର୍ତ୍ତମାନର ଖପାର ଖାଦ୍ୟପେୟ ଲିଭରକୁ ମଧ୍ୟ ନଷ୍ଟ କରି ଦେଉଛି। ଅନେକ ଲୋକ ଲିଭର୍ ସିରୋସିସ ଭଳି ରୋଗର ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ଏହାକୁ ସୁସ୍ଥ ରଖିବା ନିହାତି ଜରୁରୀ। ଖାଦ୍ୟପେୟରେ କି କି ପରିବର୍ତ୍ତନ ଆଣି ଲିଭରକୁ ସୁସ୍ଥ ରଖିପାରିବେ, ଜାଣନ୍ତୁ…

ଯକୃତକୁ ସୁସ୍ଥ ରଖିବା ପାଇଁ କଣ କରିବା ଉଚିତ୍?

ଫାଇବରରେ ଭରପୂର ଖାଦ୍ୟ ଖାଆନ୍ତୁ- ଯକୃତକୁ ସୁସ୍ଥ ରଖିବା ପାଇଁ ଫାଇବରରେ ଭରପୂର ଥିବା ଖାଦ୍ୟ ଖାଆନ୍ତୁ। ଉଚ୍ଚ ଫାଇବର ଥିବା ଖାଦ୍ୟ ପେଟକୁ ସୁସ୍ଥ ରଖେ ଏବଂ ଓଜନ ହ୍ରାସ କରେ। ଏଥିପାଇଁ ନିୟମିତ ସାଲାଡ୍ ଖାଆନ୍ତୁ।ସାଲାଡ଼ ଖାଇବା ଦ୍ୱାରା ଶରୀର ଡିଟକ୍ସିଫାଏ ହୋଇଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ |

କମ୍ ତେଲ ଓ ମସଲା ଖାଆନ୍ତୁ- ଅଧିକ ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଯକୃତ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ, ପ୍ରତିଦିନ ତେଲ କମ ଓ ସନ୍ତୁଳା ଖାଦ୍ୟ ଖାନ୍ତୁ |ଯଥା ସମ୍ଭବ କମ ତେଲରେ ରୋଷେଇ ପନିପରିବା ଗ୍ରହଣ କରନ୍ତୁ |

8 ଗ୍ଲାସ୍ ପାଣି ପିଅନ୍ତୁ- ଯକୃତର ସଠିକ୍ କାର୍ଯ୍ୟ ପାଇଁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ନିହାତି ଆବଶ୍ୟକ। ତେଣୁ ଦିନକୁ ଅତି କମରେ 8-10 ଗ୍ଲାସ୍ ପାଣି ପିଇବା ଜରୁରୀ। ଏହା ସ୍ୱାଭାବିକ ଭାବରେ ଶରୀରକୁ ଡିଟକ୍ସିଫଏ କରିଥାଏ ଏବଂ ଖରାପ ପଦାର୍ଥକୁ ନିଷ୍କାସିତ କରି ଯକୃତକୁ ସୁସ୍ଥ ରଖିଥାଏ।

ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ- ଯକୃତ ହେଉ କିମ୍ବା ଅନ୍ୟ କୌଣସି ଅଙ୍ଗ, ଚର୍ବି ହେଉଛି ସବୁଠାରୁ ବଡ ଶତ୍ରୁ। ଏଥିପାଇଁ ପ୍ରତିଦିନ କିଛି ଶାରୀରିକ କାର୍ଯ୍ୟକଳାପ କରନ୍ତୁ, ଯାହା ଫଳରେ ଶରୀରରୁ ଚର୍ବି ଜମାଟ ବାନ୍ଧିବ ନାହିଁ।

କୋଲ୍ଡ ଡ୍ରିଙ୍କ୍ସ ଏବଂ ମଦ୍ୟପାନରୁ ଦୂରରେ ରୁହନ୍ତୁ- ଯଦି ଯକୃତକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଅଧିକ ଚିନିଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ବଜାରରେ ଉପଲବ୍ଧ ପ୍ୟାକେଜ୍ ଜୁସ୍ ଏବଂ ମୃଦୁ ପାନୀୟ ପିଅନ୍ତୁ ନାହିଁ। ମଦ୍ୟପାନ ଯକୃତର ଶତ୍ରୁ, ତେଣୁ ସର୍ବପ୍ରଥମେ ମଦ୍ୟପାନ ଅଭ୍ୟାସକୁ ଦୂରାନ୍ତୁ।

Leave a Reply

Your email address will not be published. Required fields are marked *