ଫୋକସ ପ୍ଲସ(କେନ୍ଦ୍ରାପଡ଼ା): ସରକାର ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲ ଗୁଡିକୁ ରାଜ୍ୟ ସରକାର 5Tରେ ସାମିଲୀକରି ରୂପାନ୍ତିକରଣ କରିବା ସହିତ ଶିକ୍ଷା ବ୍ୟବସ୍ତାକୁ କଡାକଡ଼ି କରୁଛନ୍ତି |ସେହିପରି ଜରିମୂଳ ସ୍ଥିତ ସାବିତ୍ରୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧାୟକଙ୍କ ଉଦ୍ୟମରେ 5Tରେ ସାମିଲ କରାଯାଇଛି |କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତର ସାବିତ୍ରୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର 5T ଉପକ୍ରମରେ ରୂପାନ୍ତରଣ କାର୍ଯ୍ୟକୁ ଗତକାଲି ରାଜନଗର ବିଧାୟକ ଧ୍ରୁବ ସାହୁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |ଏବଂ କିଭଳି ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢ଼ି ଶିକ୍ଷା କ୍ଷେତ୍ରରେ ଆଗକୁ କୃତିତ୍ବ ଅର୍ଜନ କରିବେ ସେନେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକ ଅଭିଭାଷଣ ରଖିଥିଲେ |ଶିକ୍ଷା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ପତିହାରୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ପ୍ରତିଭା ପାତ୍ର,ବ୍ଲକ ଉପାଧ୍ୟକ୍ଷ ଗଣେଶ କୁମାର ଗୁଡ଼ିଆ,ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା ଓ ସମିତି ସଭ୍ୟା ଶଶ୍ମୀତା ସ୍ୱାଇଁ,କଣ୍ଡିରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଆର୍ତ୍ତବନ୍ଧୁ ମହାନ୍ତି, ଡେରା ଗ୍ରାମ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ରାଉତ ଓ କାହ୍ନୁ ଚରଣ ଚଣ୍ଡ ପ୍ରମୁଖ ଯୋଗ ଦେବାସହ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ, ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ | ସ୍କୁଲୁଟି 5T ରେ ରୂପାନ୍ତିକରଣ ହେବାକୁ ଯାଉଥିବାରୁ ଛାତ୍ର ଛାତ୍ରୀ ମାନେ ଆନନ୍ଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି |
କେନ୍ଦ୍ରାପଡ଼ା ରାଜନଗରରୁ ରାଜୀବ କୁମାର ଅଜୟଙ୍କ ରିପୋର୍ଟ