ନାବାଳିକାର ଅଶ୍ଳୀଳ ଭିଡିଓ ଭାରାଇଲ କରି ଚାରି ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି – ୮୧ ଗ୍ରାମର ଜଣେ ନାବାଳିକା ଚଳିତ ମାସ ଗତ ୨୩ ତାରିଖରେ ନିଜ ମାମୁ ଘରଏମ୍ପିଭି- ୪୫ ଗ୍ରାମକୁ ଯାଇଥିଲେ | ସେହି ଦିନ ରାତି ରେ ଅଭିଯୁକ୍ତ ନାରାୟଣ ହାଲଦାର , ମମତା ମଣ୍ଡଳ , ଅନିମା ବିଶ୍ବାସ ଏକ ମୋଟର ସାଇକେଲ ଦ୍ବାରା ଏମ୍ପିଭି – ୪୫କୁ ଯାଇ ପୀଡିତା ନାବାଳିକାଙ୍କୁ ମାମୁଁଙ୍କ ଘରୁ ଅପହରଣ କରି ଆଣି ଘଟଣାର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ମାଝିଙ୍କୁ ହସ୍ତାନ୍ତର କରିଥିଲେ | ଅଭିଯୁକ୍ତ ନିରଞ୍ଜନ ମାଝି ଉକ୍ତ ନାବାଳିକାଙ୍କ ସହ ଜୋର ଜବରଦସ୍ତ ଯୌନ ସମ୍ପର୍କ ରଖିବା ସହ ସେହି ସମୟରେ ତାଙ୍କ ସମ୍ପର୍କୀୟ ଉଭୟ ନଗ୍ନ ଭିଡିଓ ଉତ୍ତଳନ କରି ସୋସିଆଲ ମିଡ଼ିଆ ମାଧ୍ୟମରେ ଭିଡିଓକୁ ବିଭିନ୍ନ ମୋବାଇଲକୁ ପଠାଇଥିଲେ ଏବଂ ତାଙ୍କ ଚରିତ୍ରକୁ ବଦନାମ କରିବା ସହ ନାବାଳିକା ଜଣଙ୍କୁ ନିରଞ୍ଜନଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ । ତେବେ ପୂର୍ବରୁ ଏହି ନିରଞ୍ଜନ ଉକ୍ତ ନାବାଳିକାକୁ ଭଲ ପାଉଥିବା ବେଳେ ନାବାଳିକା ସହ ବିବାହ କରିବା ପାଇଁ ପିଡ଼ିତାର ପିତାଙ୍କୁ ବାଧ୍ୟ କରୁଥିଲେ । ବିବାହ ନ କଲେ ସେମାନେ ତାଙ୍କ ଝିଅକୁ ଅପହରଣ କରି ଜବରଦସ୍ତ ବିବାହ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ତେବେ ଏହି କଥାରେ ପୀଡ଼ିତାଙ୍କ ପିତା ରାଜି ହେଉନଥିବା ବେଳେ ଅଭିଯୁକ୍ତ ମାନେ ଏଭଳି କାଣ୍ଡ ଘଟାଇଥିଲେ । ଘଟଣା ଘଟିବା ପରେ ଅଭିଯୁକ୍ତ ନିରଞ୍ଜନ ଉକ୍ତ ନାବାଳିକାକୁ ନେଇ କେଉଁ ଆଡେ ଚାଲି ଯାଇଥିବା ବେଳେ ଘଟଣା ବିଷୟରେଜାଣି ପୀଡ଼ିତାଙ୍କ ବାପା ଏମଭି ୭୯ ଥାନାରେ ଲିଖୀତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ଏମଭି ୭୯ ପୋଲିସ କେସ ନମ୍ବର ୨୬ / ୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ପୋଲିସ ସମସ୍ତ ପ୍ରମାଣ ପାଇବା ପରେ ଅଭିଯୁକ୍ତ ନାରାୟଣ ହାଲଦାର , ମମତା ମଣ୍ଡଳ , ଅନିମା ବିସ୍ବାସ୍ , ମଧୁ ହାଲଦାର ଏବଂ କୃଷ୍ଣ ବାରୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୁକୁନ୍ଦ ମେଲିକା ସୂଚନା ଦେଇଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ପୀଡ଼ିତା ନାବାଳିକାକୁ ନେଇ କେଉଁ ଆଡେ ଫେରାର ହୋଇ ଯାଇଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *