ବାଇକ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର

ଫୋକସପ୍ଲସ (ଭୁବନେଶ୍ୱର )30/3: ଦୁର୍ଘଟଣାରେ ଚାଲିଗଲା ଜଣେ ମେଧାବୀ ଛାତ୍ର ଙ୍କ ଜୀବନ, ଆଉ ଜଣେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ କରୁଛନ୍ତି ସଂଗ୍ରାମ । ଘଟଗାଁ ଗଦାଧରପୁର ସ୍ଥିତ ଗୁରୁକୂଳ ସ୍କୁଲର ଦୁଇ ଜଣ +୨ ଛାତ୍ର ବୋଲି ଜଣା ପଡିଛି । ସେମାନେ କଲେଜ ର ମେସ ରେ ରହୁଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ମଟର ସାଇକେଲରେ ମେସକୁ ଫେରୁଥିବା ସମୟରେ ଢେଙ୍କିକୋଟ ର କପାସପଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଲାଗିଥିବା ବ୍ୟାରିକେଟ ପିଟି ହୋଇ ବାଇକ ଦୁର୍ଘଟଣା ଘଟିଥିଲା । ଏଥିରେ ଘଟଣା ସ୍ଥଳରେ ଜଣେ ଛାତ୍ର ମୃତ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଛାତ୍ରକୁ ସ୍ଥାନୀୟ ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଇଥିଲେ । ଏଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଗୁରୁତର ଛାତ୍ର ଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି । ମୃତ ଛାତ୍ର ଙ୍କ ଜଣଙ୍କ ହେଉଛନ୍ତି ବାଉଁଶୁଳି ଗ୍ରାମ ର କୃତିବାସ ନାଏକ ଙ୍କ ପୁଅ ଦେବାଶିଷ କୁମାର ନାଏକ ଜଣା ପଡିଛି ବେଳେ ଗୁରୁତର ଜଣଙ୍କ ହେଉଛନ୍ତି ମାଇନିଂଅଂଚଳର କ୍ରୀସ୍ନା ଥାପା ଙ୍କ ପୁଅ ରୋନି ଥାପା ଅଂଚଳର କ୍ରୀସ୍ନା ଥାପା ଙ୍କ ପୁଅ ରୋନି ଥାପା ।

Leave a Reply

Your email address will not be published. Required fields are marked *