ସରକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ବିଜୁଳି କାଟିଲା ଟାଟା ପାୱାର I

ଫୋକସ ପ୍ଲସ 1/4 (କେନ୍ଦ୍ରାପଡା): କିଛି ମାସ ପୂର୍ବରୁ ଟାଟା କୁ ବିଦ୍ୟୁତ୍ ବିଭାଗ ବିକିଦେଲା ରାଜ୍ୟସରକାର ହେଲେ । ତାର କିଛିଦିନ ଯାଉ ଯାଉ ଟାଟା ପାୱାର ଆରମ୍ଭ କଲା ମାନମାନି ସାଧାରଣ ଖାଉଟି ଙ୍କ ବିଦ୍ୟୁତ୍ କାଟି ବିବାଦରେ ରହି ଆସିଥିବା ଟାଟା ଆଜି ସରକାରଙ୍କ ମୁଖ୍ୟ ବିଭାଗ କୁ ବକୟା ବିଲ୍ କଥା କହି ସକାଳୁ କାଟିଲା ବିଦ୍ୟୁତ୍ ଦିନସାରା ଅଫିସ୍ କାର୍ଯ୍ୟ ବନ୍ଦ୍ ରଖିଲେ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଚର୍ଚ୍ଚିତ ଜିଲ୍ଲା କେନ୍ଦ୍ରାପଡ଼ା ରେ ସରକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟୁତ୍ କାଟିଲା ଟାଟା ପାୱାର ଆଉ କର୍ମଚାରୀ ମାନେ ପଚାରିବାରୁ ପ୍ରେମେଣ୍ଟ ବାକି ଥିବା କହିଥିଲେ ବିଦ୍ୟୁତ୍ କର୍ମଚାରୀ 20ହଜାର ଟଙ୍କା ଦେଲେ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି କହିଥିଲେ। ଦ୍ରୀଘ ସମୟ ଧରି କରେଣ୍ଟ ନଦେବାରୁ ଟାଟା ପାୱାର କର୍ମଚାରୀଙ୍କ ଗାଡି ଅଟକ ରଖିଥିଲେ RWSS କାର୍ଯ୍ୟାଳୟର କର୍ମଚାରୀ ମାନେ। ଏହା ସହିତ ସମସ୍ତ ବିଲ୍ ଡ଼ିପୋଜିଟ୍ କରିଥିବାର ଦାବି କରିଥିଲେ ନିର୍ବାହୀ ଯନ୍ତ୍ରୀଙ୍କ କର୍ମଚାରୀ ମାନେ ଯାହାକି ଡ୍ରିଘ ସମୟ ଧରି ଉଭୟ ଙ୍କ ମଧ୍ୟରେ ହଟୋଗୋଳ ହୋଇଥିଲା । ଏହି ସମୟରେ ଯାଇଥିବା ଟାଟା ପାୱାର ର ମହିଳା କର୍ମଚାରୀ ଙ୍କୁ ପଚାରିବାରୁ କିଛିବି ଉତ୍ତର ଦେଇନଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ସଂଯୋଗ କରିକି ଚାଲି ଯାଇଥିଲେ । ଏଠି ପ୍ରଶ୍ନ ଉଠୁଛି ଟାଟା ପାୱାରକୁ ଏଭଳି ପାୱାର ଦେଲା କିଏ ଯଦି ଟଙ୍କା ନେଇ ଖୋଦ୍ ରାଜ୍ୟ ସରକାରଙ୍କ ମୁଖ୍ୟ ପଞ୍ଚାୟତି ରାଜ୍ ବିଭାଗରେ କରେଣ୍ଟ ଜୋର୍ ଜବରଦସ୍ତ କାଟୁଛନ୍ତି ତେବେ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ କିଭଳି ବେଭାହାର କରୁଥିବେ ।

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଙ୍କ ରିପୋର୍ଟ focus plus

Leave a Reply

Your email address will not be published. Required fields are marked *