ଶ୍ରୀଲଙ୍କାରେ ବ୍ୟାନ ହେଲା ସୋସିଆଲ ମିଡ଼ିଆ

ଫୋକସ ପ୍ଲସ(ବ୍ୟୁରୋ ) 3.04.2022:ଶ୍ରୀଲଙ୍କା ରେ ଯେଉଁ ଆର୍ଥିକ ସଙ୍କଟ ସ୍ଥିତି ଗତି କରୁଛି ତାହା ଶ୍ରୀଲଙ୍କା ବାସୀ ଙ୍କ ଉତ୍କଟ ରୂପ ଧାରଣା କରିଛି l ଏହାର ପ୍ରତିବାଦ ସ୍ୱରୂପ ଚାରିଆଡେ ଦେଶ ବ୍ୟାପି ଆନ୍ଦୋଳନ ଜାରିରହିଥିବା ବେଳେ ଆନ୍ଦୋଳନ କୁ ରୋକିବା ପାଇଁ ଶ୍ରୀଲଙ୍କା ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇଛି l

ଫେସବୁକ ,ଇନଷ୍ଟା, ଟ୍ୱିଟର ,ଟିକଟକ ଉପରେ ରୋକ ଲାଗିଛି l ସେପରି ମଧ୍ୟ ଆନ୍ଦୋଳନ ର ଶାନ୍ତ ନିମନ୍ତେ ଏବଂ ପୂର୍ବ ଅବସ୍ଥା କୁ ଫେରାଇବା ଆଣିବା ପାଇଁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ପରିସ୍ଥିତି ସମ୍ପୂର୍ଣ ଅଣାୟତ ହେତୁ ସେଠାରେ ମଧ୍ୟ 36 ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି ଆହୁରି ମଧ୍ୟ କାଲି ସକାଳ 9 ଟା ରେ ଶେଷ ହେବ ବୋଲି କୁହାଯାଇଛି l
ସୂଚନା ଅନୁଯାୟୀ ପୋଲିସ କୁ ମଧ୍ୟ ସମ୍ପୂର୍ଣ କ୍ଷମତା ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *