ମୋନଜ ପାଣ୍ଡେ ହେବେ ପରବର୍ତ୍ତୀ ସେନାମୁଖ୍ୟ

ଚଳିତ ମାସ ଶେଷ ସୁଦ୍ଧା ଅବସର ନେବାକୁ ଯାଉଛନ୍ତି ସ୍ଥଳସେନା ର ମୁଖ୍ୟ ଜେନେରାଲ ଏମ .ଏମ.ନରୱଣେ l ସେ ଅବସର ନେବା ପରେ ତାଙ୍କ ବଦଳରେ ପରବର୍ତ୍ତୀ ସେନାମୁଖ୍ୟ ହେବାକୁ ଯାଉଛନ୍ତି ଲ୍ୟୁଟନାଟ ଜେନେରାଲ ମୋନଜ ପାଣ୍ଡେ l ଜେନେରାଲ.ନରୱଣେ ଙ୍କ ପରେ ସେ ସର୍ବବରିଷ୍ଠ ହୋଇଥିବାରୁ ତାଙ୍କୁ ସେନାର ନେତୃତ୍ୱ ଦିଆଯିବା ନେଇ ସୂଚନା ରହିଛି l ସେପରି ଗତ ବର୍ଷ ଡିସେମ୍ବର ରେ ହେଲିକେପ୍ଟର ଦୁର୍ଘଟଣା ରେ ତତ୍କାଳୀନ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ ) ଜେନେରାଲ ବିପିନ ରାୱତ ପ୍ରାଣ ହରାଇବା ପରେ ଖାଲି ପଡିଥିବା ପଦବୀ ଜେନେରାଲ .ନରୱଣେ ମିଳିପାରେବୋଲି କୁହାଯାଇଛି

Leave a Reply

Your email address will not be published. Required fields are marked *