ଅଲୌକିକ ସ୍ୱପ୍ନାଦେଶ ପରେ,ଗାଁ ଲୋକେ ଖୋଜି ପାଇଲେ ଶିବ ଲିଙ୍ଗ।

ଫୋକସ ପ୍ଲସ  🙁 କୋରାପୁଟ)|05/04/22

ଗାଁର ଦୁଇ ଜଣ ଲୋକଙ୍କୁ ସ୍ଵପ୍ନାଦେଶ ପରେ ପାହାଡ଼ ଉପରୁ ଶିବ ଲିଙ୍ଗ ଉଧାର , ଶିବ ଲିଙ୍ଗ ମିଳିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହି ଘଟଣା । ଅଲୌକିକ ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଶିବ ଲିଙ୍ଗ ନିକଟରେ ଭକ୍ତଙ୍କ ଭିଡ଼ ଜମୁଛି । ସୂଚନା ମୁତାବକ ଗାଁର ଦୁଇ ଜଣକୁ ମହାଦେବ ସ୍ୱପ୍ନା ଦେଶ ହେଲେ ଆଉ ସ୍ୱପ୍ନା ଦେଶ ହେବା ସ୍ଥାନରେ ବାହାରିଲେ ଶିବଲିଙ୍ଗ।ଏଭଳି ଏକ ବିସ୍ମୟ ଖବର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଖୁଣ୍ଟିଆପାଲା ଗ୍ରାମରେ ଦେଖିବାକୁ ମିଳିଛି । ବୋରିଗୁମ୍ମା ବ୍ଲକ ବିସିଂହପୁର ପଂଚାୟତ ଖୁଣ୍ଟିଆ ପାଲା ଗ୍ରାମରୁ ଆସିଛି ଏହି ଚକିତ ଖବର। ପ୍ରଥମେ ଦୁଇ ଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଭାବେ ସ୍ୱପ୍ନା ଦେଶ ହେଇଛି ।ସ୍ୱପ୍ନାଦେଶ ମୁତାବକ ଗାଁ ମୁଣ୍ଡ ରେ ଥିବା ପାହାଡ଼ରେ ଶିବଲିଙ୍ଗ ବାହାରିଥିବା ସୂଚନା ମିଳୁଛି।ସ୍ୱପ୍ନାଦେଶ ପାଇଥିବା ଦୁଇ ଜଣ ବ୍ୟକ୍ତି ଗ୍ରାମବାସୀ ଙ୍କୁ ଜଣାନ୍ତି।ଗ୍ରାମବାସୀ ସପ୍ନ ର ସତ୍ୟା ସତ୍ୟ କୁ ସନ୍ଧାନ କରିବା ପାଇଁ ପାହାଡ଼ ରେ ପହଞ୍ଚନ୍ତି ଆଉ ଖୋଜା ଖୋଜି ପରେ ପାହାଡ଼ ନିକଟ ରୁ ଶିବ ଲିଙ୍ଗ ବି ବାହାରିଛି। ସପ୍ନ ମୁତାବକ ସ୍ଥାନରେ ଶିବ ଲିଙ୍ଗ ଦେଖି ଅବାକ ହୋଇଯାଇ ଛନ୍ତି ଗ୍ରାମବାସୀ।ଖବର ପ୍ରଚାର ହେବା ପରେ ଏହାକୁ ଦେଖିବା ପାଇ ଅଞ୍ଚଳ ଲୋକଙ୍କ ଶୁଅ ଲାଗିଛି। ପାହାଡ଼ ଗୁମ୍ଫା ଭିତରେ ପାଖ ପକ୍ଷୀ ଦେଢ଼ ଫୁଟ ର ଶିବ ଲିଙ୍ଗ ରହିଛି ।ଯାହା ଦେଖି ପ୍ରତ୍ୟକ୍ଷ ଦର୍ଶୀ ଯେତିକି ଚକିତ ହୋଇଛନ୍ତି ଘଟଣା ପରେ ଗ୍ରାମରେ ଖେଳି ଯାଇଛି ଭକ୍ତି ଭାବ ଏବଂ ନଡ଼ିଆ କଫଳି ଧୂପ ଦୀପ ଫୁଲ ରଖି ପୂଜା ଅର୍ଚନା ଆରମ୍ଭ ହୋଇଯାଇଛି।

ବୋରିଗୁମ୍ମାରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *