ଫୋକସ ପ୍ଲସ :07/04(ତାଳଚେର ): ରାଜ୍ୟସରକାର ବାରମ୍ବାର ନିର୍ଦେଶ ଦେବାସହ CBSE ତରଫ ରୁ ମଧ୍ୟ NCERT ବହିଛଡା ଅନ୍ୟ ବେଆଇନ ବହି ନଦେବାକୁ କୁହାଯାଇଥିଲେ ମଧ୍ୟ ରୋଟାରୀ ପବ୍ଲିକ ସ୍କୁଲ ଅଧିକ ଅର୍ଥ ନେଇ ବହିଗୁଡିକୁ ସ୍କୁଲ ଭିତରେ ବହି ଦୋକାନୀ ଦ୍ୱାରା ବହି ଗୁଡ଼ିକୁ ବିକ୍ରୀ କରିଥିଲେ. |ହେଲେ ନୋଟିସ ବୋର୍ଡ ରେ NCERT ବହି କିଣିବା ପାଁଇ ନିର୍ଦେଶ ଥିବାବେଳେ, ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲ ହ୍ଵାଟ୍ସଆପ ମାଧ୍ୟମରେ ବେଆଇନ ବହି ର ନିର୍ଦେଶ ଦିଆ ଯାଇଥିଲା |ଅଧକ୍ଷ ଙ୍କୁ ଅଭିଭାବକ ମାନେ ଏକତ୍ରିତ ହୋଇ ପଚାରି ବାରୁ ଅଧକ୍ଷ ରୋକ ଠୋକ ସ୍କୁଲ ରେ ବହି ବିକ୍ରି କଥା
ମନାକରିଦେଇଥିଲେ,|ଶିକ୍ଷକ ମାନେ ମଧ୍ୟ ଉକ୍ତ ବହିକୁ ପଢାଇବାକୁ ରୋକ ଠୋକ ମନା କରି ଦେଇଥିଲେ,|ବର୍ତ୍ତମାନ ଅଭିଭାବକ ମାନେ ରୋଟାରୀ ପବ୍ଲିକ ସ୍କୁଲ ସଂମୁଖ ରେ ସମସ୍ତ ବହି ଗୁଡ଼ିକୁ ଫେରସ୍ତ ନେଇ ଟଙ୍କା ଫେରାଇ ବାକୁ ଜିଦି ଧରି ଅଡ଼ି ବସିଛନ୍ତି |ଏଠି ପ୍ରଶ୍ନ ଉଠୁଛି କାହା ଇଙ୍ଗିତରେ ସ୍କୁଲ ରେ ବହି ବିକ୍ରୀ ହୋଇଥିଲା ତାହା ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଅଛି |ଏବଂ ବିକ୍ରୟ କରିଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଁଇ ଦାବି କରାଯାଇ ଅଛି |ଓ ଅଧକ୍ଷ ଙ୍କ ବିନା ଜ୍ଞ|ନ୍ତ ରେ କିଭଳି ବହି ବିକ୍ରୀହେଲା ତାହା ସାଧାରଣ ରେ ଚର୍ଚ୍ଚା ହୋଇ ଅଛି |ତାଳଚେର ରୁ ବିରୋ ରିପୋର୍ଟ ଫୋକସ ପ୍ଲସ