ପୁରୀ ରେ ପହଞ୍ଚି ଶ୍ରୀମନ୍ଦିର ଚଉହଦୀ ବେଆଇନ୍ ନିର୍ମାଣ ସ୍ଥଳରେ ଯାଞ୍ଚକଲା ଏ ଏସ୍ ଆଇ ଟିମ୍

ଫୋକସ ପ୍ଲସ (01/05):ଏଏସଆଇର ତିନି ଜଣିଆ ଟିମ୍ ନିର୍ମାଣ ସ୍ଥଳ ରେ ଯାଞ୍ଚ କରିଛନ୍ତି। ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପୁରୀରେ ପହଞ୍ଚି ନିର୍ମାଣ ସ୍ଥଳ ଯାଞ୍ଚ କରିବା ସହ ଶ୍ରୀମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଅନୁଧ୍ୟାନରେ ସାମିଲ ହୋଇଥିଲେ ।ଅତ୍ୟାଧୁନିକ ଜନ୍ତ୍ର ରେ ନର୍ମାଲ ଗ୍ରାଉଣ୍ଡ ଲିଭେଲ ଠାରୁ ନିର୍ମାଣ ର ଉଚତା, ଘନତା, ନିର୍ମାଣ ହୋଇଥିବା ପିଲାର ର ମୋଟେଇ ଆଦି ଯାଞ୍ଚ କରି ଛି ଏ ଏସ୍ ଆଇ ବିଶେଷଜ୍ଞ ଟିମ୍। କୋର୍ଟ ରେ ମାମଲା ବିଚାରାଧୀନ ରହିଥିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଏ ଏସ୍ ଆଇ ଅଧିକାରୀ। ତେବେ ହାଇକୋର୍ଟର ନିର୍ଦେଶ ଅନୁଯାୟୀ ମେ 7 ସୁଦ୍ଧା ସତ୍ୟପାଠ ଦାଖଲ କରିବ ଏ ଏସ୍ ଆଇ। ଏ ଏସ୍ ଆଇ ର ଭୂମିକା କୁ ନେଇ ଏବେ ସନ୍ଦେହ ଦେଖାଦେଉଥିବା ବେଳେ ଆସନ୍ତା 9 ତାରିଖରେ ଥିବା ପରବର୍ତ୍ତି ଶୁଣାଣି ପାଇଁ ରହିଛି ଅପେକ୍ଷା।

 

 

ରିପୋର୍ଟ :ଜଗବନ୍ଧୁ

Leave a Reply

Your email address will not be published. Required fields are marked *