ବଡ଼ସାହି ତହସିଲଦାର ମମତାଜ୍ ମହାରଣା ହେଲେ ଚାକିରିରୁ ନିଲମ୍ବିତ I

ଫୋକସ ପ୍ଲସ 7/5/22 (ମୟୁରଭଞ୍ଜ): ଆଜି ସରକାରଙ୍କ ଚିଠି ନମ୍ବର 14502/06/05/2022 ଆଦେଶ ବଳରେ କାର୍ଯ୍ୟରୁ ନିଲମ୍ବିତ ହେଇଛନ୍ତି।ଶ୍ରୀମତୀ ମହାରଣା ବହୁଦିନରୁ ବାଲି ଚୋରା ଚାଲାଣ ସହିତ ସଂପୃକ୍ତି ଥିବାର ଅଭିଯୋଗ ହେଇ ଆସୁଥିଲା।।ବଡ଼ସାହି ବ୍ଲକର ଡିଙ୍ଗିରା ଏବଂ ଆରପଟା ବାଲି ସୈରାତକୁ କେନ୍ଦ୍ର କରି ବହୁଦିନରୁ ବିବାଦ ଉପୁଜିଥିଲା।ଯାହାକୁ ଏହାକୁ ନେଇ NGT(NATIONAL GREEN TRIBUNAL) Kolkata re ମାମଲା ରୁଜୁ ହେଇଥିଲା।ଏହାକୁ ବିଚାର କରି ଜାତୀୟ ସବୁଜ ପ୍ରାଧିକରଣ ନିର୍ଦ୍ଦେଶ ବଳରେ ଶ୍ରୀମତୀ ମହାରଣା ଏବଂ ବଳିଖାଦାନ ଲିଜ୍ ଧାରି ପ୍ରଦୀପ ବିନ୍ଧାଣି ଙ୍କ ନାମରେ ବଡ଼ସାହି ଥାନାରେ କେସ ନମ୍ବର 114/2022 ଏବଂ 115/2022 ପୃଥକ୍ ଭାବରେ ଦୁଇଟି ମାମଲା ରୁଜୁ କରାଯାଇଥିଲା।ଯାହାକୁ ନେଇ ଏବେ ବେତନଟୀ ବ୍ଲକ ଅଞ୍ଚଳର ଡାହିସାହି ଗ୍ରାମର ପ୍ରଦୀପ ବିନ୍ଧାଣି ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।ଅପରପକ୍ଷରେ ସରକାରଙ୍କ ଆଦେଶ ବଳରେ ବଡ଼ସାହି ତହସିଲଦାର ମମତାଜ୍ ମହାରଣାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।ଉଲ୍ଲେଖ ଥାଉକି NGT. ଙ୍କ ନିର୍ଦ୍ଦେଶ ବଳରେ ପ୍ରଦୀପ ବିନ୍ଧାଣି ୧୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ବ ହାନି କରିଥିବାରୁ ଏ ଟଙ୍କା ଶ୍ରୀ ବିନ୍ଧାଣି ପୈଠ କରିବାକୁ NGT. ନିର୍ଦ୍ଦେଶ ଦେଇଛନ୍ତି।ସବୁଠାରୁ ରୋଚକ ବିଷୟ ହେଉଛି ଏହି ବାଲି ଦୁର୍ନୀତିକୁ ନେଇ ଶ୍ରୀ ବିନ୍ଧାଣି ଶ୍ରୀମତୀ ମହାରଣାଙ୍କ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଇଛନ୍ତି। ମୟୂରଭଞ୍ଜରେ କେବଳ ବଡ଼ସାହି ନୁହେଁ ଏମିତି ପ୍ରତି ବ୍ଲକରେ ଚାଲିଛି ବେଧଡକ ବାଲି ଦୁର୍ନୀତି।ଦେଖିବାକୁ ବାକି ରହିଲା ଅନ୍ୟ ବ୍ଲକ ଗୁଡ଼ିକ ମଧ୍ୟ କେବେ ତଦନ୍ତ ପରିସରଭୁକ୍ତ ହେଉଛି?

ବାରିପଦାରୁ ତରୁଣ କୁମାର ଦାଶ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *