ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ , ଡ୍ୟୁଟି ସମୟରେ ମେଡିକାଲରେ ତାଲା ପକାଇ ନିଜ ନିଜ କାମରେ କିଏ କୁଆଡେ ଚାଲିଗଲେ କିନ୍ତୁ ଡାକ୍ତର ପାଖକୁ ଆସିଥିବା ରୋଗୀ ମାନେ ଖାରାରେ ଠିଆ ହୋଇ ପୁଣି ଘରକୁ ଫେରିଗଲେ। ସରକାର ମେଡିକାଲକୁ ନିଜର ପୈତୃକ ସମ୍ପତି ବୋଲି ଭାବୁଛନ୍ତି କି ମେଡ଼ିକାଲ କର୍ମଚାରୀ । ଛୁଟି ଦିନରେ ଛୁଟି ନେଲେ ପୁଣି କାର୍ଯ୍ୟ ଦିନରେ ବି ବେଆଇନ ଭାବରେ ଡ୍ୟୁଟି ସମୟରେ ମେଡ଼ିକାଲରେ ତାଲା ପକାଇଲେ। ସରକାରଙ୍କ ନିୟମ ଅନୁଯାୟୀ ସକାଳ ୭ଟା ରୁ ଦିନ 11 ପର୍ଯ୍ୟନ୍ତ ଖୋଲା ରହିବ ହୋମିଓପ୍ୟାଥିକ କାର୍ଯ୍ୟାଳୟ କିନ୍ତୁ ଡ୍ୟୁଟିରେ ଥିବା ବାବୁ ଆମର 9.30 ରୁ ମେଡିକାଲରେ ତାଲା ପକାଇ ନିଜର କର୍ତ୍ତବ୍ୟ ସାରିଦେଲେ । ଏ ସମ୍ପର୍କରେ ଡ୍ୟୁଟିରେ ଥିବା କର୍ମଚାରୀ ପ୍ରଭାତ ନାୟକଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ତ ଦେଲେନି ଓଲଟି କହିଲେ ଆମ ପାଇଁ କୋୖଣସି ନିୟମ ନାହିଁ ଆମେ ଯେତେବେଳେ ଚାହିଁବୁ ମେଡ଼ିକାଲ ଖୋଲିବୁ ଏବଂ ବନ୍ଦ ମଧ୍ୟ କରିବୁ।

କେତେବେଳେ ଡାକ୍ତର ରାହୁନାହଁନ୍ତୁ ତ , ତ ପୁଣି କେବେ ମେଡ଼ିକାଲକୁ ଗଲେ ଔଷଧ ମିଳୁନାହିଁ । ଏଥିରେ ଅତିଷ୍ଠ ହୋଇ ଶୁଣନ୍ତୁ କଣ କହୁଛନ୍ତି ଗ୍ରାମବାସୀ ।

ଏଠି କିଭଳି ଚାଲିଛି ମେଡ଼ିକାଲ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ। ତେବେ ଉକ୍ତ ଘଟଣା ଉପରେ ତୁରନ୍ତ ଭକାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ଚାନ୍ଦବାଲିରୁ ବିଜୟ ମହାଳିକଙ୍କ ରିପୋର୍ଟ ଫୋକସ ପ୍ଲସ I

 

Leave a Reply

Your email address will not be published. Required fields are marked *