ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ I

ଫୋକସ ପ୍ଲସ 9/5/22 (ଗଞ୍ଜାମ):ଶେରଗଡ଼ ବ୍ଲକ ର ବର ମୁଣ୍ଡଳୀ ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢ଼ୀ ଙ୍କୁ ନିଲମ୍ବନ ଘଟଣା ଏବେ ରୋଚକ ମୋଡ଼ ନେଇଛି ସ୍କୁଲ ରେ ଅବିଭାବକ ଓ ଛାତ୍ର ଛାତ୍ରୀ ପହଞ୍ଚି ପ୍ରତିବାଦ କରିବାର ଦେଖିବାକୁ ମିଳିଛି ଓ ପିଲା ଙ୍କ କହିବା କଥା ଯେ ବିଦାୟ କାଳୀନ ସମ୍ବର୍ଦ୍ଧନା ପରେ ଏହିପରି ଘଟଣା ଘଟିଥିଲା,ଡ୍ୟାନ୍ସ କଲୁଆମେ, ଆମର ଭୁଲ ଥିଲା ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କଣ ଭୁଲ ରହିଲା ବୋଲି ଏହାର ପ୍ରତିବାଦ କରିବାର ଦେଖିବାକୁ ମିଳିଛି । ଏବଂ ଶିକ୍ଷୟତ୍ରୀ ଙ୍କ ଉପରୁ ନିଲମ୍ବିତ ଆଦେଶ ପତ୍ୟାହାର କରିବାକୁ ଦାବି କରିଛନ୍ତି।ଏଭଳି ଭୁଲ ନ ହେବା ପାଇଁ ପିଲା ମାନେ କ୍ଷମା ପ୍ରାର୍ଥନା କରିଛନ୍ତି। ଗତ ୨୫ ତାରିଖରେ ରେ ସ୍ମାର୍ଟ କ୍ଲାସ ରୁମ ରେ ପିଲା ମାନେ ଶ୍ରୀବଲି ଓ ଗୁଆଘିଅ ଗୀତ ରେ ଡ୍ୟାନ୍ସ କରିବାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହେବା ପରେ ଶେରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଙ୍କ ସୁପାରିସ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ।ଖୋଦ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ହୋଇ ଥିବାରୁ ଘଟଣା ଟି ଚର୍ଚ୍ଚା ର ବିଷୟ ପାଲିଟି ଥିଲା।

ଗଞ୍ଜାମ ଶେରଗଡ଼ରୁ ରାଜୀବ କୁମାର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ I

Leave a Reply

Your email address will not be published. Required fields are marked *