ନାବାଳିକା ଝିଅ ପାଠ ପଢିବା ପାଇଁ ଆସିଥିଲା ଶବ ହୋଇ ଫେରିଲା ।

ପାଠ ପଢିବାକୁ ଆସି ଏକ ନାବାଳିକା ଝିଅ ଶବ ହୋଇ ନିଜ ଘରକୁ ଫେରିଛି । ଏପରି ଏକ ଅଭାବନୀୟ ଘଟଣା ଆଜି ବରଗଡ଼ ସହରରେ ଦେଖିବାକି ମିଳିଛି ।ଆଜି ସୋମବାର ଦିନ ୧୧ଟା ସମୟରେ ବରଗଡ଼ ରେଳଷ୍ଟେସନ ସମ୍ମୁଖ ରେ ଥିବା ବିଜୟ ହୋଟେଲ ରୁ ବଲାଙ୍ଗୀର ପଢ଼ିଆପାଲି ଅଞ୍ଚଳର ଜଣେ ଯୁବକ ରାହୁଲ ବାଗ ଜଣେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଏକ ଟେମ୍ପୁ ସାହାଯ୍ୟରେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆନିଥିଲେ ତେବେ ଡାକ୍ତର ଏଠାରେ ଉକ୍ତ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଭେଲୁଆପଦର ଗ୍ରାମର ଜଣେ ନାବାଳିକା ଝିଅ ବରଗଡ଼ ମହିଳା ମହାବିଦ୍ୟାଳୟ ଯୁକ୍ତଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ଆଜି ସକାଳ ୬.୩୦ ମିନିଟ ସମୟରେ ଏକ ସରକାରୀ ବସରେ ନିଜ ଗାଁ ଭେଲୁଆପଦର ରୁ ବରଗଡ଼ ଅଭିମୁଖେ ଆସିଥିଲେ ଏବଂ ସକାଳ ୯. ଘ ୩୦ ମିନିଟ ରେ ନିଜ ବାପାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ ଯେ ସେ ଠିକ ଭାବରେ ବରଗଡ଼ ପହଞ୍ଚି ଯାଇଛନ୍ତି କିନ୍ତୁ ତାର ଠିକ ଗୋଟିଏ ଘଣ୍ଟା ପରେ ପରିବାର ଲୋକଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଜଣେ ଯୁବକ କଲ କରି ସୂଚନା ଦେଇଥିଲେ ଯେ ତାଙ୍କ ଝିଅ ର ମୃତ୍ୟୁ ହୋଇଯାଇଛି ଓ ମୃତ ଶରୀର ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଷୟରେ କହି ଫୋନ ଟି କାଟିଦେଇଥିଲା । ତେବେ ପରିବାର ଲୋକେ ସଙ୍ଗେ ସଙ୍ଗେ ଏକ ବୋଲେର ଗାଡ଼ିରେ ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପହଞ୍ଚିଥିଲେ ଓ ଝିଅ ର ମୃତ ଶରୀର ଦେଖି ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ ତେବେ ଆଜି ସକାଳୁ ତାଙ୍କର ଝିଅ ଏକଦମ ଠିକ ଥିବା ବେଳେ ହଠାତ ତାର ମୃତ୍ୟୁ ହେବା ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ପରିବାର ଲୋକେ ତାଙ୍କର ଝିଅର ହତ୍ୟା କରାଯାଇଥିବା ବିଷୟରେ ବରଗଡ଼ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ରାହୁଲ ଙ୍କ କହିବା ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଓ ଆଜି ସକାଳୁ ଝିଅଟି ବସରୁ ଅଲ୍ଲାହିବା ପରେ ଉଭୟ ହୋଟେଲ କୁ ଯାଇଥିଲେ ଓ ସେଠାରେ କୌଣସି କାରଣରୁ ଝିଅଟି ଅଚେତ ହୋଇଯାଇଥିଲା ତାକୁ ସେ ସଙ୍ଗେ ସଙ୍ଗେ ଏକ ଟେମ୍ପୁ ସାହାଯ୍ୟରେ ଚିକିତ୍ସାଲୟକୁ ଆଣିଥିଲା କିନ୍ତୁ ଡାକ୍ତର ଏଠାରେ ତାକୁ ମୃତ ଘୋଷଣା କରିଥିଲେ । ତେବେ ଉଭୟ ପକ୍ଷକୁ ଶୁଣିଲା ପରେ ଝିଅର ବାପା କରିଥିବା ଅଭିଯୋଗ କୁ ଆଧାର କରି ବରଗଡ଼ ଟାଉନ ଥାନା ପକ୍ଷରୁ ହୋଟେଲ ମାଲିକ ଓ ଫୋନ ମାଧ୍ୟମରେ ସୂଚନା ଦେଇଥିବା ଯୁବକ ରାହୁଲ ଙ୍କୁ ବରଗଡ଼ ଟାଉନ ଥାନାରେ ଅଟକ ରଖି ଘଟଣା ର ଅଧିକ ଅନୁସନ୍ଧାନ କରୁଥିବା ବିଷୟରେ ବରଗଡ଼ ଟାଉନ ଥାନା ତରଫରୁ ସୂଚନା ମିଳିଛି ।
ତେବେ ବିଭିନ୍ନ ଗ୍ରାମଞ୍ଚଳରୁ ବରଗଡ଼ ସହରକୁ ପାଠ ପଢିବାକୁ ଆସୁଥିବା ଯୁବକ ଯୁବତୀ ମାନେ ପ୍ରଥମେ ଗାନ୍ଧୀ ପାର୍କ ଓ ପରେ ସହର ମଧ୍ୟରେ ରହିଥିବା ଗୁଡ଼ାଏ ହୋଟେଲ କୁ ନିଜ ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ବେଳେ ପୋଲିସ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବା ଆମ ସଭ୍ୟତା କୁ କୁସଂସ୍କୃତି ଆଡ଼କୁ ଠେଲିଦେଉଥିବା ସହିତ ଏପରି ଘଟଣା କୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ବରଗଡ଼ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *