ଫୋକସ ପ୍ଲସ 16/5/22 (ନୀଳଗିରି):ଔପଦା ର ନିକଟ ରେ ଥିବା ଜଙ୍ଗଲ କ୍ରମଶଃ କ୍ଷୟ ହେବାକୁ ଲାଗୁଛି , ଖାଦ୍ୟ ଅଭାବ ଦେଖାଦେବାରୁ ବଣୁଆ ଜୀବଜନ୍ତୁ ମାନେ ଗାଁ ଆଡ଼କୁ ଚାଲି ଆସୁଛନ୍ତି ।ନିରୀହ ଲୋକ ମାନେ ଜୀବଜନ୍ତୁ ଙ୍କ ହାବୁଡ ରେ ପଡ଼ି କିଏ ଖଣ୍ଡିଆ ଖାବରା ହେଉଛି ତ ଆଉ କିଏ ଜୀବନ ହାରୁଛି , ଏହି ଭଳିଆ ଏକ ଜୀବନ୍ତ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ର ଗଡ ସାହି ପଞ୍ଚାୟତ ରେ ଥିବା ବେତେଇ ଗ୍ରାମ ପାଖ ଜଙ୍ଗଲ ରେ । ମୟୂଭଞ୍ଜ ବାଲେଶ୍ୱର ଜିଲ୍ଲା ର ସୀମା ରେଖା ରେ ଅବସ୍ଥିତ ମୁଡ଼ିଚୁଆ ଓ ବେତେଇ ଗ୍ରାମ , ପାହାଡ଼ ଉପରେ ଏହି ଗ୍ରାମ ସବୁ ଅବସ୍ଥିତ ।୧୫ ତାରିଖ ରବିବାର ସକାଳେ ମୟୂରଞ୍ଜ ଅଂଚଳ ରୁ କିଛି ହାତୀ ଗାଁ ମୁଁହା ହେଇ ଚାଲିଆସିଥିଲେ ।ଔପଦା ଫରେଷ୍ଟ ରେଞ୍ଜ ଓ ଔପଦା ଥାନା ଅଞ୍ଚଳ ରେ ଥିବା ଜଣେ ୭୨ ବର୍ଷୀୟ ବୃଦ୍ଧ ମହେଶ୍ୱର ଦେହୁରୀ ଜଙ୍ଗଲ କୁ ବୁଲିବାକୁ ଯାଇଥିବା ସମୟ ରେ ହାତୀ ହାବୁଡେ ପଡ଼ି ଯାଇଥିଲେ । ହାତୀ ଟି ତାଙ୍କୁ ଶୁଣ୍ଢ ରେ କଚାଡି କଚାଡି ପାଦ ରେ ମାଡ଼ି ଦେଇ ଥିଲା । ଖବର ପାଇ ବନ ବିଭାଗ ର କର୍ମଚାରୀ ମାନେ ହାତୀ ମାନଙ୍କୁ ଜଙ୍ଗଲ କୁ ଘଉଡାଇ ବାରେ ସକ୍ଷମ ହୋଇଥିଲେ । ମୃତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ବାକୁ ପରିବାର ପକ୍ଷରୁ ଦାବି ଜଣାଇଛନ୍ତି ।