ମାଟିଖାଲ ଗାଁରେ ପୁଲିସକୁ ଆକ୍ରମଣ ଘଟଣା ;ପୁଲିସର ସ୍ବର୍ଚ୍ଚ ଅପରେସନ, ଧନୁସର ବର୍ଚ୍ଚା ଜବତ, ପୁରୁଷ ଶୂନ୍ୟ ହେଲା ଗାଁ ।

ମାଲକାନଗିରି ପୁଲସକୁ ମରଣାନ୍ତକ ଆକ୍ରମଣ ଘଟଣାରେ ମାଟିଖାଲ ଗାଁରେ ପୁଲିସର ସ୍ବର୍ଚ୍ଚ ଅପରେସନ । ନନ୍ଦପୁର sdpo ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ OSAP, IRB, ଓଡିଶା ପୁଲିସ ସମେତ ୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ମାଛକୁଣ୍ଡ ତହସିଲଦାର ତଥା ମାଜିଷ୍ଟେଟ ମାନସ ପଟନାୟକଙ୍କ ଉପସ୍ଥିତିରେ ମାଟିଖାଲ ଗ୍ରାମରେ ସକାଳେ ପହଂଚି ଥିଲେ । ପରେ ପୁଲିସ ଫୋର୍ସ ଗାଁ ସମସ୍ତ ଘରେ ଭିତରେ ପସି ସ୍ବର୍ଚ୍ଚ କରିଥିଲେ । ଗାଁରେ ପୁରୁଷ ଶୂନ୍ୟ ରହିଥିବା ବେଳେ ଗାଁ ଲୋକଙ୍କ ଘରୁ ଆଦିବାସୀ ସମ୍ପ୍ରଦାୟର ଅସ୍ତ୍ରସତ୍ର ତଥା ଧନୁସର ଓ ବର୍ଚ୍ଚା ପୁଲିସ ଜବତ କରିଛି । ପୁଲିସର ସ୍ବର୍ଚ୍ଚ ଅପରେସନ ସମୟରେ ସ୍ଥାନୀୟ ସରପଞ୍ଚ ମଧ୍ୟ ଉପସ୍ଥିତ ରହିଥିଲେ । ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଘଟଣାକୁ ନେଇ ଆପସ ବୁଝାମଣା କରିବାକୁ ପୁଲିସ କହିଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ଗତ ଶୁକ୍ରବାର (୧୩.୫.୨୦୨୨)ମଧ୍ୟ ରାତ୍ରରେ ମାଲକାନଗିରି ଜିଲ୍ଲା ପୁଲିସ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ପଶି ଗଞ୍ଜେଇ ରହିଥିବା ସନ୍ଦେହ କରି ରେଡ଼ କରୁଥିବା ସମୟରେ ଗାଁ ଲୋକେ ପୁଲିସ କର୍ମଚାରୀଙ୍କୁ ଡକାୟତ ଭାବି ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ କୋରାପୁଟ ପୁଲିସ ସ୍ବର୍ଚ୍ଚ ଅପରେସନ କରିଛି । ଏହି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

କୋରାପୁଟ ଜିଲା ଲମତାପୁଟ ରୁ ଗୋପୀନାଥ ହଞ୍ଜରିଆ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *