ଔପଦା ହାଇସ୍କୁଲ ରେ ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟମେଳା

୧୫ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟ ରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ର ଔପଦା ବ୍ଲକ ରେ ଆୟୁଷ୍ମାନ ଭାରତ ଗୋଷ୍ଠୀ  ସ୍ତରୀୟ ସ୍ବାସ୍ଥ୍ୟମେଳା  ଔପଦା ହାଇସ୍କୁଲ ପରିସର ରେ ଉଦଯାପିତ ହୋଇଥିଲା । ସକାଳ ୮ ଘଟିକା ରେ ଏହି ସ୍ବାସ୍ଥ୍ୟ ମେଳା ଆରମ୍ଭ ହେବାର ଥିଲା , ମାତ୍ର ମୁଖ୍ୟ ଅତିଥି ବାଲେଶ୍ଵର ର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ର ଆସିବା ବିଳମ୍ବ ହେବାରୁ ଏହା ପୂର୍ବାହ୍ନ ୧୧.୩୦ ମିନିଟ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଆୟୋଜିତ ଉଦଘାଟନ ସଭା ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ର ସାଂସଦ ତଥା ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି ଯୋଜନା କୁ ପ୍ରଧାମନ୍ତ୍ରୀଙ୍କର  “ମାନସ ସନ୍ତାନ” ବୋଲି କହି  , ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ଏହାର ସୁଯୋଗ ନେବା ଉଚିତ୍ ବୋଲି କହିଥିଲେ  ।ସଚେତନତା ଅଭାବ ହେତୁ ଏହା ଠିକ୍ ଭାବରେ ଜନା ଦୃତ ହୋଇପାରିନି , ଲୋକ ପ୍ରତିନିଧି ମାନଙ୍କ ପାଇଁ ଏହା ଚଳଚଞ୍ଚଳ ହୋଇପାରିବ ବୋଲି କହି ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ର ଲୋକପ୍ରିୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ , ବ୍ଲକ ଅଧ୍ୟକ୍ଷା ବିଶିବିପ୍ସା ପାତ୍ର , ଜୋନ ୧ ର ଜିଲ୍ଲାପରିଷଦ ସଭ୍ୟା ମୁନି ସିଂ , ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କୁପୂରାମଣି ଟୁଡୁ , ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ମିଶ୍ର , ପ୍ରୋଗ୍ରାମ ମ୍ୟାନେଜର ଅଜୟ ମହାନ୍ତି ପ୍ରମୁଖ ବକ୍ତବ୍ୟ ମାଧ୍ୟମ ରେ ଲୋକମାନଙ୍କୁ ସଚେତନ କରାଇ ଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଇଶ୍ଵରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଡ଼ାକ୍ଟର ଡକ୍ଟର କୈଳାସ ଚନ୍ଦ୍ର ବେହେରା । ଏଥିରେ ସ୍ତ୍ରୀ ପ୍ରସୂତି ବିଭାଗ , ଚର୍ମ ଓ ଯୌନ ରୋଗ , ଶିଶୁ ରୋଗ ବିଭାଗ, ନାସା ଓ ଗୋଳା ବିଭାଗ , ଭେଷଜ ବିଭାଗ ,ଯକ୍ଷ୍ମା କୁଷ୍ଟ ମ୍ୟାଲେରିଆ , ଅସ୍ଥିଶଲ୍ୟ ସହ ହୋମିଓପାଥିକ ଆୟର୍ବେଦିକ ଚିକିତ୍ସକ ମାନେ ଚିକିତ୍ସା ଯୋଗାଇବା ସହ ରୋଗୀ ମାନଙ୍କୁ ମାଗଣା ଔଷଧ ବିତରଣ କରିଥିଲେ । ଆଇ. ସି. ଡି.ଏସ ତରଫ ରୁ ସୁଷମ ଓ ପୃଷ୍ଟିକର ଖାଦ୍ୟ ଉପରେ ଏକ ସ୍ବତନ୍ତ୍ର ଷ୍ଟଲ୍ କରିଥିଲେ , ଲୋକ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଇ ଜନସଚେତନତା କରାଯାଇଥିଲା ।

Leave a Reply

Your email address will not be published. Required fields are marked *