ତୁଲାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

ନର୍ଲା ବ୍ଲକ୍ ତୁଲାପଡ଼ା ଗ୍ରାମପଞ୍ଚାୟତ ରେ ତା-୧୫/୦୫/୨୨ ରବିବାର ଦିନ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହେଇ ଯାଇଛି l ତୁଲା ପଡ଼ା ଗାଁ ବସ୍ତି ପ୍ରାଙ୍ଗଣ ରେ  ନୂତନ ଭାବରେ ନିର୍ମାଣ ହେଇଥିବା  ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଏହି କଳସ ଯାତ୍ରା କାର୍ଯ୍ୟକ୍ରମ ର ଆୟାଜନ କରାଯାଇଥିଲା l ଅପରାହ୍ନ ୪ ଟା ସମୟରେ ମହିଳା ମାନେ ମନ୍ଦିର ନିକଟରେ ରୁଣ୍ଢ ହେବା ଆରମ୍ଭ କରିଥିଲେ  l ସନ୍ଧ୍ୟା ୫ ଟା ସମୟରେ କୁନି କୁନି ଝିଅ, ଗାଁ ର ଯୁବତୀ ତଥା ମହିଳା  ମାନେ କଳସ ନେଇ   ବାଲ ସିଙ୍ଗା ହରିହର ଶ୍ରୀ କ୍ଷେତ୍ର କୁ  ପାଣି ଆଣିବା ପାଇଁ ଯାଇଥିଲେ l ରବିବାର୍ ସନ୍ଧ୍ୟା ରେ ପୂଜା ବିଧି ଆରମ୍ଭ ହେବା ପୂର୍ବରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା l ଉକ୍ତ କଳସ ଯାତ୍ରାରେ  ୧୦୦୦ ରୁ ଉର୍ଦ୍ଧ ମହିଳା ସାମିଲ ହୋଇ କଳସ ଯାତ୍ରା ପାଇଁ ପୋଖୋରି ରୁ ଜଳ ଉଠେଇ ଥିଲେ l ଘଣ୍ଟ, ବାଦ୍ୟ ,ସଂକୀର୍ତ୍ତନ ମଣ୍ଡଳୀ କଳସ ଯାତ୍ରା ରେ ସାମିଲ ହୋଇଥିଲେ l ତେବେ ସୋମବାର ସକାଳୁ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି l ସୋମବାର ରୁ  ସାତ ଦିନ ଧରି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ  ୨୦,୨୧,୨୨  ତିନି ଦିନ  ଧରି ୨୪ ପ୍ରହର  ନାମାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ମୀନା ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରା ଯାଇଛି l ତୁଲାପଡ଼ା ପଞ୍ଚାୟତ ବାସୀଙ୍କ  ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l

 

Leave a Reply

Your email address will not be published. Required fields are marked *