କନ୍ୟାଶ୍ରାମରେ ପାଣି ଏବଂ ବିଦ୍ୟୁତ ଅଚଳବସ୍ଥା l

# ଆଦିବାସୀ, ହରିଜନ ଛାତ୍ରୀଙ୍କୁ ସରକାରଙ୍କ ଅଣଦେଖା l
# ଗାଧୋଇ, ଧୋଇବାକୁ ଯାଉଛନ୍ତି ବିପଦସଂକୁଳ ଅବସ୍ଥାରେ ଥିବା ନାଳକୁ l
# ପାଲଲହଡା ସଦର ଠୁ 60 କିଲୋମିଟର ଦୂରରେ ସ୍କୁଲ l
# ପାଲଲହଡା ବ୍ଲକ ଓ ବାଂଶପାଳ ବ୍ଲକର 246 ଜଣ ଆଦିବାସୀ ହରିଜନ ଛାତ୍ରୀ ପଢୁଛନ୍ତି l
# ବିଧାୟକଙ୍କ ନଜର ନାହିଁ ଏହି ସ୍କୁଲ ପ୍ରତି l

ଆଦିବାସୀ ଏବଂ ହରିଜନ ଛାତ୍ରୀଙ୍କୁ ସରକାର ଅଣଦେଖା l ଏଇ ଚିତ୍ର କହୁଛି ରାଜ୍ୟ ସରକାରଙ୍କ ଆଦିବାସୀ ହରିଜନ କଲ୍ୟାଣର ବିକାଶର ଚିତ୍ର l କନ୍ୟାଶ୍ରାମରେ ପାଣି, ବିଦ୍ୟୁତ ର ସମସ୍ୟା l ପାଣି ପାଇଁ ବୋଲି ନାଳ କୁ ଯିବାକୁ ପଡୁଛି ଗାଧୋଇବାକୁ l

ଏଭଳି ଚିତ୍ର ଆସିଛି ପାଲଲହଡା ନିର୍ବାଚନ ମଣ୍ଡଳୀ ତଥା ପାଲଲହଡା ବ୍ଲକ ନଗିରା ପଂଚାୟତର ସିବିଡା କନ୍ୟାଶ୍ରାମରୁ l ଏହି କନ୍ୟାଶ୍ରାମ ଟି ପାଲଲହଡା ସଦର ଠାରୁ 60 କିଲୋମିଟର ଦୂରରେ ଅବସ୍ଥିତ, ନଗିରା ପଂଚାୟତ ଏଭଳି ଏକ ଅଂଚଳ ଯାହା ଅନୁଗୋଳ ଜିଲ୍ଲା ମାନଚିତ୍ରରେ ଲିପିବଦ୍ଧ ହୋଇ ରହିଛି, ଏହାକୁ ଅନୁଗୋଳ ଜିଲ୍ଲାର ଦ୍ୱିତୀୟ ମାଲକାନଗିରି, କୋରାପୁଟ କହିବା ଅତ୍ୟୁକ୍ତି ହେବନି l ଏହି ଅଂଚଳ ଆଦିବାସୀ ଅଧୁଷିତ, ଦୁର୍ଗମ ଅଂଚଳ ସାରା ଓଡିଶା ଜାଣିଛି, ସେଥିପାଇଁ ସରକାର କୋଟି କୋଟି ଟଙ୍କାର ସ୍କୁଲ ଗୃହ, ବିଦ୍ୟୁତ ସୁବିଧା, ପାନୀୟ ସୁବିଧା ଏବଂ ସୋଲାର ବ୍ୟବସ୍ଥା କରିଛନ୍ତି l ଏହି ସିବିଡା କନ୍ୟାଶ୍ରମରେ ଏବେ 246 ଜନ ଆଦିବାସୀ ହରିଜନ ଛାତ୍ରୀ ରହୁଛନ୍ତି l କିନ୍ତୁ ଏହି ପ୍ରଚଣ୍ଡ ଗ୍ରୀଷ୍ମ ଦିନରେ ଏଠି ପାଣି ସମସ୍ୟା, ବିଦ୍ୟୁତ ସମସ୍ୟା ଦେଖା ଦେଇଛି l ଯାହା ଫଳରେ 246 ଛାତ୍ରୀ ମାନେ ଦୂଷିତ ନାଳ ପାଣି ଉପରେ ଭରଷା କରୁଛନ୍ତି ଏବଂ ଅନ୍ୟପଟେ ବିଦ୍ୟୁତ କଟିବା ପରେ ଜେନେରେଟର ର ବ୍ୟବସ୍ଥା ଥିଲେ ମଧ୍ୟ ଗତ ମାସ 3ଟି ଜେନେରେଟର ରୁ ଦୁଇଟି ଚୋରି ହୋଇଛି ଏବଂ ଅନ୍ୟ ଟି ଅଚଳ ଅବସ୍ଥାରେ ପଡିଛି ବୋଲି ପ୍ରଧାନ ଶିକ୍ଷକ’ ଶ୍ରୀ ମହାନ୍ତ’ କହିଛନ୍ତି l ବରୱେଲ ବି ଅଚଳ ସେଥିପାଇଁ ପାଖ ନାଳରେ କୂଅ କରି ସୋଲାର ସାହାଯ୍ୟରେ ପାଣି ଉଠା ହେଉଛି l

ଏହି ସିବିଡା କନ୍ୟାଶ୍ରାମ ଟି ସମ୍ପୂର୍ଣ ଭାବରେ ‘ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ‘(PBDA ) ଅଧୀନରେ ଚାଲୁଥିଲା କିନ୍ତୁ ଗତ ଦୁଇ ମାସ ତଳେ ଏହି କନ୍ୟାଶ୍ରାମଟିକୁ ପି,ବି,ଡି,ଏ ହାତରୁ ରାଜ୍ୟ ଆଦିବାସୀ ହରିଜନ କଲ୍ୟାଣ ବିଭାଗକୁ ଯାଇଛି l

ଏମିତି ବିଭିନ୍ନ ସମସ୍ୟାକୁ ନେଇ ସିବିଡା କନ୍ୟାଶ୍ରାମଟି ଦିନକୁ ଦିନ ଅଚଳବସ୍ଥା ହେବାରେ ଲାଗିଛି ଏବଂ ଛାତ୍ରୀ ମାନଙ୍କ ପାଠ ପଢିବା, ଖାଇବା ପିଇବା ରହିବାରେ ଘୋର ଅସୁବିଧା ଉପୁଜୁଛି l
ଅନ୍ୟପଟେ ଯଦି ଦେଖିବା ରାଜନୈତିକ ଦୃଷ୍ଟି କୋଣରୁ ସ୍ଥାନୀୟ ବିଧାୟକ ଏହି ଆଦିବାସୀ ହରିଜନ ସ୍କୁଲ ମାନଙ୍କୁ ନଜର ଦେଉନଥିବା ଜଣାପଡୁଛି ଏବଂ 5T ଅଧୀନରେ ଥିବା ପାଲଲହଡା ବ୍ଲକରେ ସମସ୍ତ ହାଇସ୍କୁଲ ମାନଙ୍କୁ ବାରମ୍ବାର ପରିଦର୍ଶନ କରୁଥିବା ଚିତ୍ର ଦେଖିବାକୁ ମିଳୁଛି l ଏହି ପରିପେକ୍ଷୀ ଆମ ସହ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ଏହି ସ୍କୁଲ ବିଷୟରେ ଶୁଣନ୍ତୁ କଣ କହୁଛନ୍ତି!

Leave a Reply

Your email address will not be published. Required fields are marked *