ଧାରଣାରେ ବସିଲେ ପ୍ରେମିକା ।

ଫୋକସ ପ୍ଲସ 18/5/22 (ନବରଙ୍ଗପୁର) : ପ୍ରେମିକର ଘର ସମ୍ମୁଖରେ ୭ ମାସ ଗର୍ଭବତୀ ପ୍ରେମିକାର ଧାରଣା। ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଂଚାୟତ ଛତ୍ରବର ଗାଁର ଘଟଣା। ଘଟଣା ଅନୁସାରେ ଛତ୍ରଭର ଗାଁର ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଖାତିଗୁଡା ଗାଁର ରେଣୁକା ବେହେରା ନାମକ ଝିଅ ସହ ୭ ବର୍ଷ ସଂପର୍କ ରଖି ଆସିଥିଲା, ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ନିଜ ଝିଅକୁ ଝିଆରୀ ବୋଲି ମିଛ କହି ରେଣୁକାକୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା।

ରେଣୁକା ଘରକୁ ନେଇକି ରଖିବା ପାଇଁ ଜିଦ କରିବାରୁ ପ୍ରେମିକ ଜଣକ ପାପଡାହାଣ୍ଡି ଗାଁରେ ଏକ ମାସ ପରେ ଉମରକୋଟ ସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ୨ ବର୍ଷ ରଖିଥିଲା। ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିବା ପରେ ଛତ୍ରଭର ନିଜ ଘରକୁ ଧରିକି ଆସିବ ବା ପରେ ପ୍ରେମିକର ମାଆ, ଝିଆରୀ, ଦିଅର ଏବଂ ସ୍ତ୍ରୀ ରେଣୁକାର ଲୁଗାପଟା ବାହାରେ ଫପାଡି ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘରୁ ତଡି ଦେଇଥିଲେ। ୧୫ ଦିନ ହେବ ୭ ମାସ ର ଗର୍ଭବତୀ ପ୍ରେମିକା ବାର ଦୁଆର ବୁଲି ବୁଲି ନ୍ୟାୟ ର ଅପେକ୍ଷାରେ ବୁଲୁଛି। ୧ ମାସ ପୂର୍ବରୁ ପାପଡାହାଣ୍ଡି ଥାନାରେ ପିଡିତା ଅଭିଯୋଗ ଦେବାପରେ ମଧ୍ୟ ପିଡିତାଙ୍କୁ ନ୍ୟାୟ ମିଳି ପାରିନାହିଁ।ଏପଟେ ପ୍ରେମିକ ଘର ଛାଡ଼ି ଫେରାର ଅଛି। ପ୍ରେମିକର ଘର ଲୋକ ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଛନ୍ତି।

 

Leave a Reply

Your email address will not be published. Required fields are marked *