ପ୍ରାଚୀ ନଦୀ ର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି।

ଫୋକସ ପ୍ଲସ 21/5/22 (ପୁରୀ): ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲା ଦେଇ ପ୍ରବାହିତ ହୋଇ ଶେଷରେ ଅସ୍ତରଙ୍ଗ ର କେଉଟଜଙ୍ଗା ଠାରେ ବଙ୍ଗୋପ ସାଗର ରେ ମିଶିଅଛି। ଅତୀତ ରେ ପ୍ରାଚୀ ନଦୀ ସୁନାବ୍ୟା ଥିଲା । ଏହି କାରଣରୁ ଏହାର ଦୁଇ ପାଶ୍ଵରେ ବହୁ ଜନବସତି ଗଢି ଉଠିବା ସହିତ ଶହ ଶହ ସଂଖ୍ୟା ରେ ମଠ, ଆଶ୍ରମ,ଗଡ଼, ମନ୍ଦିର, ପ୍ରଭୃତି ନିର୍ମାଣ ହୋଇଥିଲା।ଜଗନ୍ନାଥ ସଂସ୍କୃତି ସହିତ ଏହି ନଦୀ ର ରହିଛି ନିବିଡ ସମ୍ପର୍କ । ସରକାର ଙ୍କ ଉଦାସୀନତା ତଥା କେତେକ ଖଳ ପ୍ରକୃତି ର ଲୋକ ମାନେ ଏହାର ଶଯ୍ୟା କୁ ଜବରଦଖଲ କରିବା କାରଣ ରୁ ଏହି ନଦୀ ଏବେ ତାର ଅସ୍ଥିତ୍ଵ ହରାଇବାକୁ ବସିଛି। ଏହାର ଦୁଇ ପାଶ୍ଵ ରେ ଥିବା ଶହଶହ ପୁରାତନ କୀର୍ତ୍ତିରାଜି ଏବେ ଧ୍ଵଂସ ପାଇବାକୁ ବସିଛି ।
ପ୍ରାଚୀ ନଦୀ ଓ ତାର ସଂସ୍କୃତି କୁ ପୁନଃଉଦ୍ଧାର କରିବାକୁ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ସବୁ ସମୟରେ ଉଦ୍ୟମ କରିଆସିଛି। ଏବେ ଭୁବନେଶ୍ୱର ର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱତଙ୍କୁ ସାକ୍ଷାତ କରି ପ୍ରାଚୀ ନଦୀ ର ପୁଃନଉଦ୍ଧାର କରିବାକୁ ଦାବି କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଙ୍କ ଏହି କାର୍ଯ୍ୟ କୁ ଏକ ସାମ୍ୱାଦିକ ସମ୍ମିଳନୀ ଡ଼ାକି ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ପ୍ରଶଂସା କରାଯିବା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ ଶୈବପୀଠ ସମେଶ୍ୱର ଠାରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀ ରେ ପରିଷଦ ର ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ର,କାର୍ଯ୍ୟକାରୀ ସଭାପତି କାଳୀ ପ୍ରସାଦ ସ୍ଵାଇଁ, ଶିକ୍ଷାବିଦ ସନ୍ତୋଷ ମିତ୍ର, ରାଧାଶ୍ୟାମ ପ୍ରଧାନ, ରାଜକିଶୋର ରାଉତ, ଛବିନ୍ଦ୍ର ପାତ୍ର, ତପନ ମିଶ୍ର, ବୈକୁଣ୍ଠ ନାଥ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *