ଗୁଣିଗାରେଡି ସନ୍ଦେହର ଜଣେ ମହିଳା ଓ ପରିବାର ସଦସ୍ୟଙ୍କୁ ମାଡ ।

ଫୋକସ ପ୍ଲସ 21/5/22 (ଢେଙ୍କାନାଳ): ଢେଙ୍କାନାଳ ମୋଟଙ୍ଗା ଥାନା ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହର ଗ୍ରାମର ଜଣେ ମହିଳା ଓ ପରିବାର ସଦସ୍ୟଙ୍କୁ ମାଡମରା ଯିବା ସହିତ ଘୋଡା ମୂତ୍ର ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାବେଳେ ପିଡ଼ିତାଙ୍କ  ପରିବାର ଲୋକ ଆତଙ୍କିତ ହୋଇ ବାହାରେ ଆଶ୍ରୟ ନେଇଛନ୍ତି । ସୂଚନା ମୁତାବକ କୌଣସି ଏକ ପୂର୍ବ ଶତୃତାକୁ କେନ୍ଦ୍ରକରି ଗ୍ରାମର ରମେଶ ଚନ୍ଦ୍ର ମହାକୁଡ଼ଙ୍କ ସହିତ ସେହି ଗ୍ରାମର କିଛି ମୁଷ୍ଟିମେୟ ଲୋକଙ୍କର ମତାନ୍ତର ଥିଲା।ଏହି ମୃଷ୍ଟିମେୟ ଲୋକମାନେ ଗତ ୧୫ ତାରିଖରେ କାଳିଶୀ ଡକାଇ ପୂଜା କରିଥିଲେ। ରମେଶଙ୍କ ପତ୍ନୀ ଦୁହିତା ମହାକୁଡ଼ ଗୁଣିଗାରେଡି କରି ଗ୍ରାମର ଅନିଷ୍ଟ କରୁଛନ୍ତି ବୋଲି କାଳିଶୀ ଏବଂ ଗ୍ରାମର କିଛି ମହିଳାଙ୍କ ଠାରେ ଠାକୁର ଆସି ପ୍ରକାଶ କରିଥିଲେ। ତାହାପରେ ଗ୍ରାମର ଉତ୍ୟକ୍ତ ଲୋକମାନେ ଓ କାଳିଶି ମାନେ ମହିଳାଙ୍କ ଘରେ ପଶି ମହିଳା ଜଣଙ୍କୁ ଘୋସାଡିବା ସହିତ ଗ୍ରାମମଝିରେ ମାଡ ମାରିଥିବା ଅଭିଯୋଗ ହୋଇଛି ,ଏପରିକି ଦୁହିତାଙ୍କର ଗୁଣିଗାରେଡି  ନିସ୍କ୍ରିୟ କରିବାପାଇଁ ଯୋର ଜବରଦସ୍ତ ଘୋଡା ମୂତ୍ର ପିଆଇ ଦେଇଥିବା କଥା ନିଜେ ଦୁହିତା ପ୍ରକାଶ କରିଛନ୍ତି । ଦୁହିତାଙ୍କୁ  ଘୋଡା ମୂତ୍ର ପିଆଉଥିବାର ଦେଖି  ତାଙ୍କ ପୁଅ ଓ ସ୍ୱାମୀ ବିରୋଧ କରିବାରୁ ସେମାନଙ୍କୁ ମାଡମାରିବା ସହିତ ଘୋଡାମୂତ୍ର ପିଆଇ ଦେଇଥିବା କଥା ତାଙ୍କ ପୁତ୍ର ପ୍ରକାଶ କରିଛନ୍ତି  । ଏ ସଂପର୍କରେ ପିଡ଼ିତାଙ୍କ ପକ୍ଷରୁ ମୋଟଙ୍ଗା ଥାନା ଗତ ୧୭ ତାରିଖରୁ ଗ୍ରାମରେ ଗ୍ରାମସଭାପତି କାଳିଶି ସମେତ ୨୯ଜଣଙ୍କ ନାମରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ପିଡିତାଙ୍କ  ପରିବାର ଭୟଭିତ ହୋଇ ଗ୍ରାମ ବାହାରେ ଆଶ୍ରୟ ନେବାସହ  ନ୍ୟାୟ ପାଇବା ଆଶାରେ ରେ  ଅନାଇ ବସିଛନ୍ତି।ବର୍ତ୍ତମାନ ଯୁଗରେ ମାନବ ଚନ୍ଦ୍ର ପୃଷ୍ଟକୁ ଯାଇ ଫେରିବାପରେ ମଧ୍ୟ ଏହିପରି ଅନ୍ଧ ବିଶ୍ୱାସ ଠାରୁ ଲୋକମାନେ କେବେଯେ  ଦୂରେଇ ରହିବେ ଓ ପ୍ରଶାସନ ଏପରି କୁସ୍ତିଚ ମାନସିକ ଲୋକମାନଙ୍କୁ  କି ପ୍ରକାର ଦଣ୍ଡ ବିଧାନ କରିବେ ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *