ଶିକ୍ଷାଦାନର ବିକଳ ଚିତ୍ର, ଗୋଟିଏ କକ୍ଷ ରେ ପାଠପଢ଼ା

ଫୋକସ ପ୍ଲସ 21/5/22 (ଢେଙ୍କାନାଳ):ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ (କ) ପ୍ରାଥମିକ ବିଦ୍ୟାଳୟ ଟି ଏବେ ବହୁତ୍ ଅବ୍ୟବସ୍ଥା ଭିତରେ ଗତିକରୁଚି । ଶିକ୍ଷାଦାନ ପାଇଁ ଯେଉଁ ମୌଳିକ ବ୍ୟବସ୍ଥା ଟିକେ ରହିବା କଥା ଏଠାରେ ନାହିଁ । କେବଳ କାଗଜ କଲମ ରେ ଏହା ଚାଲିଲା ଭଳି ମନେହୁଏ । ସରକାର ଶିକ୍ଷାଦାନ ପାଇଁ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ପ୍ରଶାସନିକ ହେଉ କି ରାଜନୈତିକ ଇଚ୍ଛା ଶକ୍ତି ର ଅଭାବ ପାଇଁ କୋମଳ ମତି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଯାଉଛି । ଏହି ସ୍କୁଲ୍ ରେ ପ୍ରଥମ କ୍ଲାସ୍ ଠାରୁ ପଞ୍ଚମ କ୍ଲାସ୍ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲେ। ଜଣେ ପ୍ରଧାନ ଶିକ୍ଷକ ହିମାଂଶୁ ସାହୁ ଆଉ ଜଣେ ଡେପୁଟେସନ ।

ଏହି ୫ କ୍ଲାସ୍ ର ଛାତ୍ର ଛାତ୍ରୀ ଙ୍କୁ ଗୋଟିଏ କ୍ଲାସ୍ ରେ ପଢାହୁଏ । ଏପ୍ରିଲ୍ ୧୨ ରେ ହୋଇଥିବା କାଳ ବୈଶାଖୀ ରେ ଘର ର ଆଜବେଷ୍ଟେ  ଉଡ଼ାଇ ସବୁ ଭାଙ୍ଗିରୁଜି ତଳେ ପଡ଼ିଥିଲା। ଏନେଇ ପ୍ରଧାନ ଶିକ୍ଷକ କୁ ପଚାରିବାରୁ ସେ କହିଛନ୍ତି ଆମେ ଆମ ସ୍ତର ରେ ପ୍ରଶାସନ କୁ କହୁଚୁ , ହେଲେ କିଛି ହୋଇପାରୁନି କି କୌଣସି ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଉ ନାହ୍ନାନ୍ତି। ସ୍କୁଲ୍ ରେ ଅଫିସ ନାହିଁ, ଷ୍ଟୋର ନାହିଁ, ଲାଇବ୍ରେରୀ ନାହିଁ, ଶିକ୍ଷାଦାନ ପାଇଁ ଗୃହ ନାହିଁ, ଆବଶ୍ୟକୀୟ ଶିକ୍ଷକ ନାହିଁ କିଭଳି ଏହି ବ୍ଲକ ରେ ଶିକ୍ଷାଦାନ ର ପୃଷ୍ଠଭୂମି ଅଛି ଏଥିରୁ ଅନୁମେୟ । ପ୍ରଶାସନ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଆଖିରେ ରଖି ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *