କେସିଙ୍ଗା ଆର୍ ଡି ବିଭାଗରେ ବ୍ୟାପକ ଘୋଟଲା !

»ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଚେଇଁ ସୋଇଛି ପ୍ରଶାସନ
»ନିରୀହ ଉପରେ ଦେଖାଉଛନ୍ତି ତାଉ
ଫୋକସ ପ୍ଲସ 22/5/22(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ମଶାଣିବନ୍ଧ ତାରିଣୀ ଛକ ଠାରୁ ନର୍ଲା ବ୍ଲକ ବୁଢିପଦର ପର୍ଯ୍ୟନ୍ତ ନିର୍ମାଣଧୀନ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉପରେ ଅଭିଯୋଗ ହୋଇଆସୁଛି । ଏନେଇ ଫୋକୋସ ପ୍ଲସ ସମେତ “ଖବର”  ଦୈନିକ ଖବର କାଗଜ ରେ ବାରମ୍ବାର ଖବର ପ୍ରକାଶଣ ହୋଇଆସୁଛି । ଏହାସତ୍ତ୍ୱେ ସଂପୃକ୍ତ ବିଭାଗ ର ଦାୟିତ୍ୱ ହୀନତା ଉପରେ ଅଞ୍ଚଳବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଧାରରେ ଉକ୍ତ କାର୍ଯ୍ୟ ଟି ଧର୍ମଗଡ ର ଶ୍ରୀ ଗଣେଶ କଷ୍ଟ୍ରକ୍ସନ ନାମକ ଏକ ଠିକା ସଂସ୍ଥା ଟେଣ୍ଡର ପାଇଛି ଯାହାର ପ୍ରକୃତ ମାଲିକ କିଶୋର ଅଗ୍ରୱାଲ ବୋଲି ଶୁଣିବାକୁ ମିଳୁଛି l ହେଲେ କାମଟି ବିନୋଦ ଅଗ୍ରୱାଲ  ଓ ତାଙ୍କର ମେଟ୍ ମୁନସୀଙ୍କ ମାଧ୍ଯମରେ ଚାଲିଛି । କିନ୍ତୁ ପ୍ରକୃତ କଥା ଭିନ୍ନ । ବିନୋଦ ଅଗ୍ରୱାଲ ଏହି ସଡ଼କ କାମର ଅସଲ ଠିକାଦାର ନୁହନ୍ତି, ସେ ହେଉଛନ୍ତି ପେଟି କଣ୍ଟ୍ରାକଟର । ଏପଟେ ସୂଚନା ଫଳକ ଏପରି ଏକ ସ୍ଥାନରେ ଲାଗିଛି ଯେଉଁଠି ସହଜରେ ସାଧାରଣ ଜନତାଙ୍କ ଦୃଷ୍ଟି ପଡିପାରୁ ନାହିଁ ।  ୭.୨ କିମି ପରିମିତ ଏହି ସଡକ ପାଇଁ ୨୯୨.୪୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ରାସ୍ତା ନିର୍ମାଣରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିଲେ ଏହି ଖବର ପ୍ରକାଶନ ପରେ ଶିଶୁ ଶ୍ରମିକ ମାନଙ୍କୁ ଆଉ କାମରେ ଲଗାଯାଉନଥିବା ଦେଖାଯାଉଛି । ତେବେ ପୋଲ ନିର୍ମାଣ କାର୍ଯ୍ୟ ପୂର୍ବପରି କମ ସିମେଣ୍ଟ ଓ ଅଧିକ ବାଲି ଦେଇ ନିମ୍ନମାନର କାମ ଚାଲିଥିବା ଅଭିଯୋଗ ହେଉଛି । ଶ୍ରୀ ଗଣେଶ କଷ୍ଟ୍ରକସନ ଠାରୁ ପେଟି ଠିକା କରୁଥିବା ବିନୋଦ ଅଗ୍ରୱାଲ ରାସ୍ତାରେ ମାଟି ପକାଇବା ପାଇଁ କେତେକ ଲୋକଙ୍କୁ ଠିକା ଦେଇଥିବା ଅଭିଯୋଗ ହେଉଛି । ଏମିତିରେ କାମର ସ୍ଥାୟୀତ୍ବ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଜନ ଅସନ୍ତୋଷ ବଢିବାରେ ଲାଗିଛି । ମାଟି କାମରେ ବ୍ୟାପକ ଅନିୟମିତତା ଓ ସରକାରୀ ଜମିରୁ ମଧ୍ୟ ମାଟି ଉଠି ରାସ୍ତାରେ ପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାସହ ବୁଢିପଦର ଚଞ୍ଚରାପଡାର ମାନସିକ ଅନଗ୍ରସର ବାବୁଲାଲ ଭୋଇ, ବିଧବା ମହିଳା ଡୁମେର ପୋଢ, ଦିନ ମଜୁରିଆ ଧର୍ମୁ ପୋଢ ଓ ହରି ନାଏକଙ୍କ ଜାଗାରେ ଜୋର ଜବରଦସ୍ତ ମାଟି ପକାଯାଇଛି । ଏମାନଙ୍କ ସ୍ଥାନରେ ମାଟି ନ ପକାଇ ସାମ୍ନାରେ ଥିବା ରାସ୍ତା ପ୍ଲଟ ଓ ସରକାରୀ ଜମିରେ ମାଟି ପଡି ରାସ୍ତା ନିର୍ମାଣ ହେବାକଥା କିନ୍ତୁ ନିରିହ ବ୍ୟକ୍ତି ଙ୍କ ଜାଗାରେ ଉଦ୍ଦେଶ୍ୟମୂଳକ ଭାବେ ମାଟି ପକାଯାଇଥିବା ଅଭିଯୋଗ ଆସିଛି । ଠିକାଦାର କିମ୍ବା ସରକାରୀ ବାବୁ ମାନଙ୍କ ଦେଖାଦର୍ଶନ ମିଳୁନଥିବାରୁ ଏହି ନିରିହ ଲୋକ ସେମାନଙ୍କ ଦୁଃଖ ମେଟ୍ ମୁନସୀଙ୍କୁ ଜଣାଉଛନ୍ତି କିନ୍ତୁ କିଛି ସୁଫଳ ମିଳିପାରିନାହିଁ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରଥମେ ଡିମାରକେସନ କରି ଠିକା ସଂସ୍ଥା କାମ ଆରମ୍ଭ କରିବା କଥା କିନ୍ତୁ ତାହା ହେଲାନାହିଁ । ରାସ୍ତା ପାଇଁ ପୂର୍ବରୁ ଜାଗା ରହିଥିଲେ ମଧ୍ୟ ଡିମାରକେସନ ନହୋଇଥିବା କାରଣରୁ ନିଜ ମର୍ଜିରେ ଲୋକଙ୍କ ଜମି ଉପରେ ଜୋର ଜବରଦସ୍ତି ମାଟି ପକାଇ ରାସ୍ତା ତିଆରି ଚାଲିଛି । ଏଥିରେ ସରକାରୀ ନିୟମ କାନୁନକୁ ଖୋଲାଖୋଲି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ପୁରୁଣା ରାସ୍ତାକୁ ନଖୋଳି ତା’ ଉପରେ ମାଟି ପକାଇ ନିର୍ମାଣ ଆରମ୍ଭ ହୋଇଛି । କେଉଁଠି ଚିକିଟା ମାଟି ପଡିଲା ତ ପୁଣି କେଉଁଠି ଲାଭଖୋର ମନୋବୃତ୍ତି ରଖି ରାସ୍ତା ପାଖ ଜମିକୁ ୭/୮ ଫୁଟ ଖୋଲି ଦିଆଗଲା । ଏତିକିରେ କଥା ସରିନାହିଁ ତହସିଲଦାରଙ୍କୁ କୈାଣସି ସୂଚନା ନଦେଇ ସରକାରୀ ଜମିରୁ ମଧ୍ୟ ମାଟି ଉଠାଇ ରାସ୍ତା ନିର୍ମାଣ ଚାଲିଛି । ତେଣୁ ଏସବୁ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *