ବିନା ନୋଟିସ ରେ ଚାଲିଛି ମାସିକ ସଭା

ଫୋକସ ପ୍ଲସ 24/5/22(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଭରତାପୁର ଗ୍ରାମପଞ୍ଚାୟତ ରେ ବିନା ନୋଟିସ ରେ ଚାଲିଥିଲା ମାସିକ ସଭା |ଏହି ସଭା ରେ ପାତର ଅନ୍ତର ମନଭାବ ରଖି ଭରତାପୁର ଗ୍ରାମପଂଚାୟତ ର (ଦଶ ନମ୍ବର )ୱାର୍ଡ ର ୱାର୍ଡ ମେମ୍ବର ଶ୍ରୀମତୀ ସନ୍ତୋଷିନୀ ପ୍ରଧାନ ଙ୍କୁ ସଭାକୁ ଡକା ଯାଇନଥିଲା ଫଳରେ ସେମାନେ ଆମକୁ ଅଭିଯୋଗ କରିଥିଲେ ଫଳରେ ଆମେ ଘଟଣା କୁ କେତେଦୁର ସତ୍ୟତା ଅଛି ସେ ବିଷୟରେ ଆମେ ଭରତାପୁର ଗ୍ରାମପଂଚାୟତ ରେ ପଂହଁଚିଥିଲୁ କିନ୍ତୁ ଆମେ ଯେତେବେଳେ ଏହି ବିନା ନୋଟିସ ରେ ମିଟିଙ୍ଗ କରିବା କଥା ପଞ୍ଚାୟତର (ଇ.ଓ) ଓ ସରପଞ୍ଚ କୁ ପଚାରିଥିଲୁ କୋଣସି ସୋନ୍ତସ ଜଣକ ଉତ୍ତର ମିଳିନଥିଲା | ଆମେ ପ୍ରଥମେ ସରପଞ୍ଚ ମାଡାମ ଙ୍କୁ ପଚାରିଥିଲୁ କିନ୍ତୁ ସରପଞ୍ଚ ମାଡାମ ଙ୍କ ସ୍ୱାମୀ ଉତ୍ତର ରଖିଥିଲେ ଆମ ଗ୍ରାମପଞ୍ଚାୟତ ରେ ପିଅନ ନାହାନ୍ତି ତାପରେ ପଞ୍ଚାୟତର (ଇ.ଓ)ଙ୍କୁ ପଚାରିଥିଲୁ ଇ. ଓ କହିଥିଲେ ଯେ ଆମେ ହ୍ଵାଟ୍ସଆପ ମଧ୍ୟରେ ସମସ୍ତଙ୍କୁ ଜଣାଇଛୁ ଆମେ ଆସି ତାଙ୍କର ହ୍ଵାଟ୍ସଆପ ଗ୍ରୁପ ରେ ଦେଖୁ ତ ସେଠି ଦୁଇ ଟି ତାରିଖ ଲେଖାହୋଇଥିଲା ପ୍ରଥମ ତାରିଖ 13/05/22 ଥିବାବେଳେ ଅନ୍ୟ ତାରିଖ ଟି ଥିଲା 23/05/22 ପୁଣି ତାର ତଳେ ଆଉ ଗୋଟିଏ ତାରିଖ ଥିଲା 13/05/22 କିନ୍ତୁ ମିଟିଙ୍ଗ ହୋଇଛି 23/05/22 ରେ ଏହି କପି ରୁ ସ୍ପଷ୍ଟ ଯେ ଲୋକଙ୍କୁ ଭୁଆଁ ବୁଲେଇ ମିଟିଙ୍ଗ କରାଯାଇଛି | ଏଠି ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ ବାବୁମାନଙ୍କୁ ସଭା ଗୃହରେ ବସିଥିବା ସମୟରେ,ଚା, ଟିଫିନ, ଦେବାକୁ ପଞ୍ଚାୟତ ପଇସା ରୁ ପିଅନ ଯୋଗାଡ଼ ହୋଇପାରୁଛି କିନ୍ତୁ ଲୋକମାନେ ଯେଉଁ ଜିନିଷ ଗୁଡିକ ଜାଣିବା କଥା ବା ନୋଟିସ ପାଇଁ ପଂଚାୟତ ରେ ପଇସା ନାହିଁ | ଏଥିରେ ଆଉ ଗୋଟିଏ ବଡ ପ୍ରଶ୍ନ ରହୁଛି ଯେ ଗ୍ରାମପଞ୍ଚାୟତ ର (ଇ.ଓ) ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ସେ କିଭଳି ଭାବରେ ଏମିତି ଦୁର୍ନୀତି କାମକୁ ପ୍ରଶୟ ଦେଉଛନ୍ତି |

Leave a Reply

Your email address will not be published. Required fields are marked *