ଡରେଇଲାଣି ଟମାଟୋ ଫ୍ଲୁ

ଫୋକସ ପ୍ଲସ 24/5/22: ଓଡିଶାରେ ଟମାଟୋ ଫ୍ଲୁ ବା ଟମାଟୋ ଜ୍ୱରର ଆତଙ୍କ ଦେଖାଦେଇଛି। ଦକ୍ଷିଣ ଭାରତରେ ବ୍ୟାପୀଥିବା ଏହି ବାୟୁବ୍ୟାପୀ ଭୂତାଣୁ ଏବେ ଓଡିଶାରେ ଚିହ୍ନଟ ହୋଇଛି। ରାଜ୍ୟରେ ୨୬ ଟମାଟୋ ଫ୍ଲୁ ବା HFMD ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଶିଶୁଙ୍କ ବୟସ ୯ ବର୍ଷରୁ କମ ହେବ ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନାନୁସାରେ, ରାଜ୍ୟରେ ୨୬ HFMD ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆର୍‌ଏମ୍‌ଆର୍‌ସିକୁ ୩୬ ଜଣ ସନ୍ଦିଗ୍ଧଙ୍କ ନମୂନା ପଠାଯାଇଥିଲା। ସେଥିମଧ୍ୟକୁ ୨୬ ଜଣ ପଜିଟିଭ୍ ବାହାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୯, ଖୋର୍ଦ୍ଧାରୁ ୨, ପୁରୀରୁ ୩ ଏବଂ କଟକରୁ ୨ ଜଣ ଶିଶୁ ଅଛନ୍ତି। ୨୬ ଆକ୍ରାନ୍ତ ଶିଶୁଙ୍କ ବୟସ ବର୍ଷେରୁ ୯ ବର୍ଷ ବୟସ ହେବ। ସମସ୍ତଙ୍କୁ ୫ରୁ ୭ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave a Reply

Your email address will not be published. Required fields are marked *