ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଫୋକସ ପ୍ଲସ 25/5/22(ଡେରା): ତାଳଚେର ହାଣ୍ଡିଧୂଆଁ ଗ୍ରାମର ଅସହାୟ ବିକୃତ ମାନସିକ ଯୁବକ ଟୁକୁନା ବେହେରାର ଯତ୍ନ ନେଲା ମାତୃଭୂମି ଫାଉଣ୍ଡେସନ।ସୂଚନା ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ ଏହି ଯୁବକ ର ପରିବାର ବର୍ଗ ସମସ୍ତେ ମୃତ୍ୟୁ ହେବା ଦ୍ବାରା ଭାରସାମ୍ୟ ହରାଇ ସେ ମାନସିକ ବିକୃତି ରୋଗରେ ପିଡୀତ ଥିଲେ। ଏହା ପରେ ସେ ସେହି ଦିନଠାରୁ ବଜାର ରେ ଉଲଗ୍ନ ଅବସ୍ଥାରେ ବୁଲୁଥିଲେ।ଏହି ଦୃଶ୍ୟ ମାତୃଭୂମି ଫାଉଣ୍ଡେସନ ର ସଭାପତି ବିଘ୍ନେଶ୍ୱର ସାହୁଙ୍କ ନଜରରେ ଆସିବା ଦ୍ବାରା ସେ ଅନୁଗୋଳ ସ୍ଥିତ ନବଜ୍ୟୋତି ଜରାଶ୍ରମର ପରିଚାଳକ ବସନ୍ତ ପାଠୋକରେ ସହାୟତା ରେ ପରିଷ୍କାର ପରିଚ୍ଛନ୍ନ କରିଥିଲେ।ଏହି ବିକୃତ ମାନସିକ ଯୁବକର ପରିଷ୍କାର ପରିଚ୍ଛନ୍ନ ର ଖର୍ଚ୍ଚ , ନୂତନ ପୋଷାକ ଓ ଖାଦ୍ୟ ର ସମସ୍ତ ଖର୍ଚ୍ଚ ବହନ କରିଥିଲେ ଫାଉଣ୍ଡେସନ ର ସଭାପତି ଶ୍ରୀ ସାହୁ। ଏଥିରେ ପଟେଲ ସାହୁ,ସଉରୀ ନାଏକ, ମହେନ୍ଦ୍ର ସିଂହ,ରୂପା ସିଂ, ଜଗନ୍ନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *