ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଫୋକସ ପ୍ଲସ 26/5/22( ବାଲିଗୁଡ଼ା): ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ କ୍ଷେତ୍ରଞ୍ଚଳ ଦାୟିତ୍ୱରେ ଥିବା ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ସ୍ୱାଇଁ । ସୂଚନା ପ୍ରକାରେ ଆଜି ଜଣେ ହିତାଧିକାରୀଙ୍କ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁର୍ତମଗଡ଼ ଗ୍ରାମରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ l ତୁମୁଡିବନ୍ଧ ବ୍ଲକ ଦୁପି ଗ୍ରାମର ସୁବାଷ ମଲ୍ଲିକ ନାମକ ବ୍ୟକ୍ତି ଡୁ଼ପୀ ଏବଂ ଆଡ଼ିପଦର ଗ୍ରାମର ଚାରିଜଣ ହିତାଧିକାରୀଙ୍କର କୃଷି ଉପଯୋଗୀ ପୋଖରୀ ଖନନ ପ୍ରାପ୍ୟ ମଞ୍ଜୁର କରିବା ପାଇଁ ଜଣକ ପିଛା ୩୦ ହଜାର ଲେଖାଏଁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ନିର୍ବାହୀ ଯନ୍ତ୍ରୀ ଦାବୀ କରିଥିଲେ । ଆଜି ୫୦ ହଜାର ଟଙ୍କା ନେଉଥିବା ବେଳେ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି l ବାଲିଗୁଡ଼ାରେ ଥିବା ତାଙ୍କ ଭଡ଼ା ଘର ଓ ଫୁଲବାଣୀ ରେ ଥିବା ପ୍ରକୃତି ବିହାର ଭଡ଼ା ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲେ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପାଇବା ସହ ଭିଜିଲାନ୍ସ ଏକ ମାମାଲା ରୁଜୁ କରି ଦାଏର ତଦନ୍ତ ଜାରୀ ରଖିଥିବା କହିଛନ୍ତି ଭିଜିଲାନ୍ସ ଡିଏସପି l ଅନ୍ୟପଟେ ଏକ ଷଡଯନ୍ତ୍ର କରି ଫସାଇଦିଆଯାଇଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ ସ୍ୱାଇଁ l

Leave a Reply

Your email address will not be published. Required fields are marked *