କୋଟିଆ ଗସ୍ତରେ ITDA ଉପନିର୍ଦ୍ଧେଶକ

ଫୋକସ ପ୍ଲସ 27/5/22(କୋରାପୁଟ ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତୋର୍ଗତ ବିବାଦୀୟ କୋଟିଆ ପଂଚାୟତରେ ଓଡିଶା ସରକାର ଙ୍କ ଦ୍ଵାରା ବୁଧବାର ଦିନ ନୂତନ ଥାନା ଉଦଘାଟନ କରାଯାଇଥିଲା l ଏଥି ସହିତ ଓଡିଶା ସରକାର ଙ୍କ ଦ୍ଵାରା ଫାଟୁସୀନେରୀ, ଫୋଗୁଣସୀନେରୀ, ପ୍ରଭୁତି ଅଞ୍ଚଳରେ ଓଡିଶା ସରକାରଙ୍କ ଦ୍ଵାରା ଜୀବନ ଜୀବିକା ର ସ୍ଵଚ୍ଚତା ଓ ଉନ୍ନତିକରଣ ନିମନ୍ତେ ମହୁମାଛି ବାକ୍ସ, ସିଲେଇ ମେସିନ, ଛେଳି ପାଳନ ନିମନ୍ତେ ପ୍ରତେକ ଘରକୁ ଦଶ ହଜାର ଟଙ୍କା ମଧ୍ୟ ଦିଆଯାଇଥିଲା ଏବଂ ଆଗାମୀ ଦିନରେ କିପରି ଅଞ୍ଚଳରେ ଉନ୍ନତି କରଣ ହେବ ସେଥିପ୍ରତି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏହି ସବୁ ବିଷୟ ଦେଖିବା ପରେ ଆନ୍ଦ୍ର ର କେତେକ ବ୍ୟକ୍ତିବିଶେଷ ତଥା ଆଜି ଆନ୍ଦ୍ର ପାର୍ବତୀପୁରମ ମାନ୍ୟତା ଜିଲ୍ଲାର ITDA ଉପ ନିର୍ଦେଶକ ପେଦିଣ୍ଡି କିରଣ ଆଉ ତାଙ୍କ ସହଯୋଗୀ ମାନେ ଫାଟୁସୀନେରୀ, ଫୋଗୁଣସୀନେରୀ ରେ ଆସି ନୂତନ ଥାନା ଦେଖି ଫେରିଯାଇଥିବା ସୂଚନାରହିଛି |କୋରାପୁଟ ରୁ ଜିଲ୍ଲା ପ୍ରତିନିଧି କୁନା ଖରା ଫୋକ୍ସ ପ୍ଲସ

Leave a Reply

Your email address will not be published. Required fields are marked *