ଉପନିର୍ବାଚନ ରେ ବିଜୟୀ ହେଲେ ନବଦୀପ

ଫୋକସ ପ୍ଲସ 28/5/22(ଯାଜପୁର ): ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ଥାନା ନିକଟବର୍ତ୍ତୀ ଧାନମଣ୍ଡଳ ପଞ୍ଚାୟତ ର ସରପଞ୍ଚ ପଦ ଲାଗି ଯେଉଁ ଉପନିର୍ବାଚନ ହେଇଥିଲା, ତାହା ର ଫଳାଫଳ ଆଜି ବଡ଼ଚଣା ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ପ୍ରକାଶ ପାଇଛି। ଏହି ପଂଚାୟତର ଭୋଟର ସଂଖ୍ୟା ୩୮୨୫ ମତଦାନ କରିଥିଲେ ୨୭୧୨ଏହି ପଦ‌ ପାଇଁ ୪ଜଣ ପ୍ରତିଦ୍ବନ୍ଦିତା କରୁଥିଲେ, ଏଥିରେ ନବଦ୍ବିପ ନାୟକ (ସୂର୍ଯ୍ୟ ଚିହ୍ନ)୨୦୭୭ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ର ପ୍ରତିଦ୍ବନ୍ଦି ଦେବାଶିଷ ନାୟକ (ମାଛ ଚିହ୍ନ) ୪୭୨ଖଣ୍ଡ ଭୋଟ ପାଇଥିଲେ, ସେହିପରି ଚନ୍ଦନ କୁମାର ପଣ୍ଡା (ଖୋଲା ବହି) ୮୮ଖଣ୍ଡ ଭୋଟ ପାଇଥିଲେ, ନରେନ୍ଦ୍ର ଦାସ (ଖୋଲା ଛତା ଚିହ୍ନ)୩୦ଖଣ୍ଡ ଭୋଟ ପାଇଥିଲେ। ୪୫ଖଣ୍ଡ ଭୋଟ ନାକଚ ହୋଇ ଥିଲା।୧୬୦୫ଖଣ୍ଡ ଭୋଟ ବେବଧାନରେ ନବଦୀପ ନାୟକ ବିଜୟ ଲାଭ କରିଥିଲେ। ଏହି ବିଜୟ ର ଶ୍ରେୟ ସେ ଧାନମଣ୍ଡଳ ପଞ୍ଚାୟତ ବାସୀଙ୍କୁ ଦେଇଛନ୍ତି ‌‌| ବଡ଼ଚଣା ରୁ ଵିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *