କୁଖ୍ୟାତ ଗ୍ୟାଙ୍ଗକୁ ଧରିବାରେ ସଫଳ ପୋଲିସ

ଫୋକସ ପ୍ଲସ 28/5/22(କୋରାପୁଟ):ବିଗତ କିଛି ମାସ ହେବ କୋଟପାଡ଼ ଅଞ୍ଚଳରେ ବଢି ଚାଲିଥିଲା ଟଙ୍କା ଲୁଟ ଭଳି ଘଟଣା।କିଛି ଲୁଟେରା ଗ୍ୟାଙ୍ଗ ଦିନ ଦିପହରରେ ବ୍ୟାଙ୍କ ସମ୍ମୁଖରେ ହେଉ କିମ୍ବା ମୋଟର ସାଇକେଲ ଡ଼ିକି ଭାଙ୍ଗି ଟଙ୍କା ଲୁଟ କରି ଆସୁଥିଲେ।ବିଗତ ଡିସେମ୍ବର ମାସରେ କୋଟପାଡ଼ ମହିଳା ଗ୍ରୁପ ଙ୍କ ଠାରୁ ୫ ଲକ୍ଷ ଟଙ୍କା ବ୍ୟାଙ୍କରୁ ଘରକୁ ଯିବା ବାଟରେ ଲୁଟ ହୋଇଥିଲା।ଦ୍ଵିତୀୟ ଘଟଣା ହେଉଛି ଜଣେ ବୃଦ୍ଧା ସ୍ତ୍ରୀ ଲୋକଙ୍କ ଠାରୁ ୪୦ ହଜାର ବ୍ୟାଙ୍କ ସମ୍ମୁଖରେ ଲୁଟ ହୋଇଥିଲା।ତୃତୀୟ ରେ ଜଣେ ବ୍ୟବସାୟୀ ଙ୍କ ଗାଡିର ଡ଼ିକି ଭାଙ୍ଗି ୨ଲକ୍ଷ ୫୦ ହଜାର ଟଙ୍କା ଲୁଟ କରି ଲୁଟେରା ଚମ୍ପଟ ମାରିଥିଲେ।ଏହି ସବୁ ଘଟଣା ପରେ କୋଟପାଡ଼ ପୁଲିସକୁ ବହୁ ଅପବାଦ ଶୁଣିବାକୁ ପଡିଥିଲା।ଏହି ସବୁ ଚୋରି ଘଟଣାକୁ ନେଇ କୋରାପୁଟ ଏସ.ପି ଙ୍କ ନିର୍ଦେଶ କ୍ରମେ ବୋରିଗୁମ୍ମା ଏସ୍ଡିପିଓ ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା।ଟିମ ରେ ସାମିଲ ହୋଇଥିଲେ କୋଟପାଡ଼,ବିସିଂପୁର ଏବଂ ବୋରିଗୁମ୍ମା ର ଥାନା ଅଧିକାରୀ।ଏହି ଟିମ ଟ୍ରାକ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏମ.ରାଇଡ଼ୁ ନାମକ ଜଣେ ଲୁଟେରା କୁ ଗିରଫ କରିବାରେ ସଫଳ ହୋଇଥିଲେ।ଲୁଟେରା ଜଣକ ଗଞ୍ଜାମ ଜିଲ୍ଳା ପକଳାପାଲି ଆସିକା ଅଞ୍ଚଳର ହୋଇଥିବା ଏସଡିପିଓ ମାଝୀ ସୂଚନା ଦେଇଛନ୍ତି।ଲୁଟେରା ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଅସୁଲ କରିଛି ପୁଲିସ।ଲୁଟେରା ର ଅନ୍ୟ ସହଯୋଗୀ ବିଭିନ୍ନ ଅଞ୍ଚଳରେ ସଜ୍ଜା କାଟୁଛନ୍ତି ଏବଂ ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯାଇ ବାକି ଟଙ୍କା ଅସୁଲ କରାଯିବ ବୋଲି ଏସଡ଼ିପିଓ ହରେକୃଷ୍ଣ ମାଝୀ କହିଛନ୍ତି ।କୋଟପଡା ରୁ ରାମଚନ୍ଦ୍ର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *