ଭୟବିତ ହେଉଛନ୍ତି ଗ୍ରାମବାସି

ଫୋକସ ପ୍ଲସ ୨୯ /୫/ ୨୨(ଯାଜପୁର): ଯାଜପୁର ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତ ଅଙ୍କୁରାପାଳ ଗାଁରେ ଶନିବାର ସନ୍ଧ୍ୟାରେ ଦୁଇଟି ଭାଲୁ ଆତଙ୍କ ସୃଲୋକମାନେ ଭୟବିତ। ନିକଟସ୍ଥ ସ୍ଥାନୀୟ ଜଙ୍ଗଲରୁ ମାଈ ଓ ଅଣ୍ଡିରା ଦୁଇଟି ଭାଲୁ ବାହାରି ଆସି ଗାଁ ପୋଖରୀ ନିକଟରେ ଖେଳିଥିଲେ। ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରି ନ ଥିଲେ । କିଛି ସ୍ଥାନୀୟ ବାସିନ୍ଦା ନିଜ ମୋବାଇଲ ଫୋନରେ ଫଟୋ ଉଠାଇବା ସହ ଭାଲୁ ଦୁଇଟିଙ୍କ ଗତିବିଧୀକୁ ଲକ୍ଷ୍ୟ କରିଥିଲେ। ତେବେ ଅନ୍ଧାର ହେବାରୁ ଭାଲୁ ଦୁଇଟି ପୁଣି ଜଙ୍ଗଲ ଭିତରକୁ ପଲାଇଥିଲେ। ଗତ କାଲି ରାତିରେ ପୁନର୍ବାର ଜଙ୍ଗଲ ଭିତରୁ ବାହାରି ଗାଁ ନିକଟରେ ଥିବା ଏକ କ୍ୟାବିନ ନିକଟରେ ପହଞ୍ଚିଥିଲେ। ଯାହାଫଳରେ ଲୋକମାନେ ଅତ୍ୟନ୍ତ ହୋଇ ପାଟିତୁଣ୍ଡ କରି ତାଟି କବାଟ ପକାଇ ଘର ଭିତରକୁ ପଶି ଯାଇଥିଲେ। ଦୁଇଟି କାହାର କିଛି କ୍ଷତି କରି ନାହାନ୍ତି । ରାତି ହୋଇଥିବାରୁ ବନବିଭାଗର କୌଣସି ଅଙ୍କୁରାପାଳ ଗାଁରେ ପହଞ୍ଚି ନଥିବା ସୂଚନା। ଆଜି ସେମାନଙ୍କ ଗତିବିଧି ଲକ୍ଷ୍ୟ ବୋଲି ପଞ୍ଚାୟତର ସରପଞ୍ଚ ପାଣ୍ଡୁ ସିଂ ଖୁଣ୍ଟିଆ କହିଛନ୍ତି ।

Leave a Reply

Your email address will not be published. Required fields are marked *