ଗ୍ରୀଷ୍ମ ଋତୁ ରେ ରାସ୍ତା କଡରେ କୃଷ୍ଣଚୁଡା ଫୁଲ ର ମନଲୋଭା ଦୃଶ୍ୟ

ଫୋକସ ପ୍ଲସ ୩୦/୫/୨୨(ସାଲେପୁର): ଗ୍ରୀଷ୍ମଋତୁ ରେ ରାସ୍ତାକଡରେ ସୁନ୍ଦର ଶୋଭାବର୍ଦ୍ଧନ କରିଥାଏ କୃଷ୍ଣଚୁଡା ର ଫୁଲ।ଗ୍ରୀଷ୍ମର ଟାଣଖରାରେ ପଥିକ ଟିଏ ଯେତେବେଳେ ରାସ୍ତା ରେ ଯାଏ କୃଷ୍ଣଚୁଡା ଫୁଲ ସୁଲୁସୁଲିଆ ପବନରେ ଦୋଳାୟମାନ ହେଉଥାଏ ଏହା ଦେଖି ବାଟୋଇ କଷ୍ଟ ଲାଘବ ହୋଇଥାଏ।ପ୍ରକୃତି ରେ କୃଷ୍ଣଚୁଡା ଫୁଲ ଏକ ସୁନ୍ଦର ସୃଷ୍ଟି।କବି ନିଜର କଳ୍ପନା ରେ କୃଷ୍ଣଚୁଡା ଫୁଲର ଶୋଭାରାଶିକୁ ସୁନ୍ଦରଭାବରେ ବର୍ଣ୍ଣନା କରିଥାନ୍ତି।ସଙ୍ଗୀତ କାର ମଧ୍ୟ କୃଷ୍ଣଚୁଡା ଫୁଲକୁ ନେଇ ସୁନ୍ଦର ସଙ୍ଗୀତ ସୃଷ୍ଟିକରିଛନ୍ତି।ଧରଣୀ ର ଶୋଭା ମଣ୍ଡନ କରୁଥିବା ପ୍ରକୃତିରାଣୀ ର କୃଷ୍ଣଚୁଡା କୁ ଦେଖିଲେ କବି ମନ ମଧ୍ୟ ଉତୁ୍ଫୁଲିତ ହୋଇଉଠେ ଏବଂ କବି ଲେଖନୀ ରୁ ଆପେ ଆପେ ଝରି ପଡେ କବିତାର ନିର୍ଝରିଣୀ ଓ କବି ନିଜ କଳ୍ପନା ରେ ନିମଜିତ ରହି କୃଷ୍ଣଚୁଡା ର ଅଵନିୟ ସୋଭାକୁ ନିଜର ଲେଖନୀ ଚାଳନାରେ ଉଜିବିତ କରେ । କଟକ ଜିଲ୍ଲା ସାଲେପୁର ମହାନଦୀ ଓ ଚିତ୍ରୋତ୍ପଳା ନଦୀ ବନ୍ଦ ବର୍ତ୍ତୀସ୍ଥାନ ରେ ଦୃଶ୍ୟମାନହୋଇଥାଏ କୃଷ୍ଣଚୁଡା ଫୁଲର ସମ୍ଭାର ।

କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *